ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆତ୍ମବୋଧରୁ ବିଶ୍ୱବୋଧ ଆଡ଼କୁ ଅଗ୍ରସର ହେବାର ଲକ୍ଷ୍ୟ ନେଇ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଲକ୍ଷ୍ୟକୁ ଚରିତାର୍ଥ କରିବା ପାଇଁ ଚଳିତ ବର୍ଷ ମଧ୍ୟପ୍ରଦେଶର ରେବା ଠାରେ ପରିଷଦର ତ୍ରି- ଦିବସୀୟ ୧୭ ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ସୁଶୀଲ ଚନ୍ଦ୍ର ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ l ପ୍ରସିଦ୍ଧ ସାହିତ୍ୟିକ ବିଶ୍ୱାସ ମହୀପତି ପାଟିଲ ଉଦଘାଟନ କରିଥିଲେ l ମଧ୍ୟ ପ୍ରଦେଶ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା, ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀଧର ଗୋବିନ୍ଦ ପରାଡ଼କର, ସାଧାରଣ ସମ୍ପାଦକ ଋଷି କୁମାର ମିଶ୍ର, ଯୁଗ୍ମ ସାଧାରଣ ସମ୍ପାଦକ ପବନ ପୁତ୍ର ବାଦଲ ପ୍ରମୁଖ ମଞ୍ଚlସୀନ ଥିଲେ l ପ୍ରଦର୍ଶନୀରେ କଳାହାଣ୍ଡି ଜିଲ୍ଲାର ବରପୁତ୍ର ସାହିତ୍ୟିକ ପ୍ରଶାସକ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ କୃତି ଚିତ୍ର ପ୍ରଦର୍ଶିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଶାଖା ଅଧ୍ୟକ୍ଷ ଜଗଦୀଶ୍ୱର ମୁଣ୍ଡ, ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର, ସମ୍ପାଦିକା ସୁଦେଷ୍ଣା ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ବିରଞ୍ଚି ନାରାୟଣ ମୁଣ୍ଡ, ଦୀପ୍ତି ମୁଣ୍ଡ ଓ ସଂଯୋଜକ ମନୋଜ କୁମାର ନାୟକ ଯୋଗଦାନ କରିଥିଲେ l





