ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସମ୍ମାନଜନକ ଜାତୀୟ ମେଗା ଚିତ୍ର କର୍ମଶାଳାରେ ବାଲେଶ୍ଵରର ସୁଖ୍ୟାତ ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କ ସହ ଭୁବନେଶ୍ୱରରୁ ଧଉଳି ଆର୍ଟ କଲେଜ ଅଧ୍ୟକ୍ଷ ପଞ୍ଚାନନ ସାମଲ ତଥା ବୁଗୁଡ଼ାରୁ ଚିତ୍ରଶିଳ୍ପୀ ଶତାବ୍ଦୀ ରଥ ଭାଗ ନେଇଥିଲେ। ଚଳିତ ମାସ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଦୃଶ୍ୟ କଳା ବିଭାଗ ତଥା କାଶୀକା ଆର୍ଟିଷ୍ଟ ଗ୍ରୁପ୍ ସହଭାଗିତାରେ ଅହିବାସୀ ଆର୍ଟ ଗ୍ୟାଲେରୀ, ବି.ଏଚ୍.ୟୁ. ଠାରେ ଆୟୋଜିତ ହୋଇଛି। ‘ଗଙ୍ଗା ପ୍ରଣାମ’ ଶୀର୍ଷକ ଏହି ସମ୍ମାନଜନକ ଚିତ୍ର କର୍ମଶାଳାରେ ଭାରତର ବିଭିନ୍ନ ପ୍ରଦେଶରୁ ଅନ୍ୟୁନ ୩୫ ଜଣ ପ୍ରତିଷ୍ଠିତ ଚିତ୍ର ଶିଳ୍ପୀ ଭାଗ ନେଇଛନ୍ତି। ୭ ରୁ ୯ ନଭେମ୍ବର ୩ ଦିନରେ ସମସ୍ତ ଶିଳ୍ପୀ ସେମାନଙ୍କ ଚିତ୍ର ପ୍ରସ୍ତୁତି ସଂପୂର୍ଣ୍ଣ ହେଲା ପରେ ୧୦ ରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଉପରୋକ୍ତ ଗ୍ୟାଲେରୀ ଠାରେ ଚିତ୍ର ସବୁ ପ୍ରଦର୍ଶନ ହେବା ସହ ଦୃଶ୍ୟ କଳା ବିଭାଗ ଦ୍ବାରା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିବ। ଓଡିଶାରୁ ଥିବା ୩ ଚିତ୍ରଶିଳ୍ପୀଙ୍କ ଚିତ୍ର ଉଚ୍ଚ ପ୍ରଶଂସିତ ହେଉଥିବା ବେଳେ ବାଲେଶ୍ବରର ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କ ଚିତ୍ର ‘ଅରୁଣିମା’: ଏ ମିଟିଙ୍ଗ୍ ଅଫ୍ ଟାଇମ୍ସ’ କଳାପ୍ରେମୀଙ୍କ ମଧ୍ୟରେ ବେଶ୍ ପସନ୍ଦ ଆସୁଛି।





