ଐତିହାସିକ ବାଲିଯାତ୍ରା ପଡ଼ିଆରେ ସ୍ୱଚ୍ଛ ଭାରତ ଅଭିଯାନ ସହିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପାଞ୍ଚଗୋଟି ବେସରକାରୀ ସଂସ୍ଥା ଯଥାକ୍ରମେ ସିଟିଜେନ୍ସ ହ୍ୟୁମାନ୍ ରାଇଟସ୍ କ୍ଲିନିକ, କଟକ, ପୂର୍ବାଶା ତାରିଣୀ ମା’ ସାମାଜିକ ଓ ଅର୍ଥନୈତିକ ସଂସ୍ଥାନ, କଟକ, ମାୟାନୀଦ୍ରା ଫାଉଣ୍ଡେସନ, ଭଦ୍ରକ, ସାବିତ୍ରୀ ଦେବୀ ଫାଉଣ୍ଡେସନ, ଲିଙ୍ଗିପୁର, ଭୁବନେଶ୍ୱର ଏବଂ ମଦର ଟେରେସା ସେବାସଂଘ ଭୁବନେଶ୍ୱର ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ ସହିତ ସଫେଇ କାର୍ଯ୍ୟକ୍ରମ କଟକ ଐତିହାସିକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ସଂସ୍ଥାଗୁଡ଼ିକର ପୃଷ୍ଠପୋଷକ ତଥା ଆଜୀବନ ସଦସ୍ୟ ଗୋପବନ୍ଧୁ ମଲ୍ଲିକ, ପ୍ରାକ୍ତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ନିରଞ୍ଜନ ବାରିକ, ପ୍ରଫେସର ତଥା ବିଶିଷ୍ଟ ଲେଖିକା ରଶ୍ମୀ ରାଉଳ, ଇଣ୍ଡୋଟିଭିର ଅଧ୍ୟକ୍ଷା ତଥା ସାମାଜିକ କର୍ମୀ ବନଶ୍ରୀ ମହାପାତ୍ର, ପ୍ରାକୃତିକ ଚିକିତ୍ସକ ସୁଲଗ୍ନା ସୁଚରିତା, ସଂସ୍କୃତି ସୁମେଧା, ବସନ୍ତ କୁମାର ଦାଶ, ବିଶ୍ୱକେଶନ ବେହେରା, ଖଗେନ୍ ଭାରତୀ, ମଧୁସ୍ମିତା ଚୌଧୁରୀ, ଶତୃଜିତ ମହାପାତ୍ର, ଦାମୋଦର ବରାଳ, ରାକେଶ ମହାରଣା, ସୁଦର୍ଶନ ସାହୁ ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କଟକ ବାଲିଯାତ୍ରା ମହୋତ୍ସବକୁ ଏକ ଇକୋ-ଫ୍ରେଣ୍ଡଲି ମହୋତ୍ସବ କରିବା ପାଇଁ ପ୍ରଫେସର ନିରଞ୍ଜନ ବାରିକ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ପ୍ରଫେସର ରଶ୍ମୀ ରାଉଳ ସଭାକୁ ଉଦବୋଧନ ଦେଇ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନକୁ କାଗଜ କଲମରେ ସୀମିତ ନରଖି, ତାର ସଫଳ ରୂପାୟନ ପାଇଁ ସମସ୍ତେ ବିଧିବଦ୍ଧ କାମ କରିବା ଆବଶ୍ୟକ। ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ ୨୦୧୪ ମସିହା ଅକ୍ଟୋବର ୨ ତାରିଖରେ ଆରମ୍ଭ କରିଥିଲେ ଏବଂ ଏହା ବର୍ତ୍ତମାନ ସୁଦ୍ଧା ସଫଳ ହୋଇପାରିନି। ସେଥିପାଇଁ ଆମେ ସମସ୍ତେ ଦାୟୀ। ତେଣୁ ସେ ଜନସାଧାରଣଙ୍କୁ ନିବେଦନ କରି ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତ ଅଭିଯାନ ସହିତ କଟକ ଓ ଭୁବନେଶ୍ୱର ସହରର ଅନେକ ସମସ୍ୟା ଉପରେ ବକ୍ତାମାନେ ଯଥା ବନଶ୍ରୀ ମହାପାତ୍ର, ନୃସିଂହ ନାଥ ନନ୍ଦ, ବିଶ୍ଵକେଶନ ବେହେରା ଇତ୍ୟାଦି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ ନଭେମ୍ବର ୧୧ ତଥା ୧୨ ତାରିଖରେ ବାଲିଯାତ୍ରା ପଡ଼ିଆରେ ହେବ ବୋଲି ସି.ଏଚ୍‌.ଆର.ସି.ର ଅଧ୍ୟକ୍ଷ ଗୋପବନ୍ଧୁ ମଲ୍ଲିକ ସୂଚନା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.