ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡର ଧର୍ମ ପରାୟଣ ବ୍ୟକ୍ତି ଅଶ୍ୱିନ ଦତ୍ତାଙ୍କ ୬୫ ବର୍ଷ ବୟସରେ ବିଶାଖାପାଟଣାର ଏକ ଘରୋଇ ଡ଼ାକ୍ତରଖନାରେ ବୁଧବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଅଛି। ସ୍ଵର୍ଗତ ଶ୍ରୀ ଦତ୍ତା ମଙ୍ଗଳବାର ଦିନ ଲିଭର ଜନିତ ସମସ୍ୟା ଯୋଗୁଁ ଗୁରୁତର ହୋଇ ପଡିବାରୁ ପୁଅ ବିକ୍କି ବିକାଶ ଦତ୍ତା (ଲାଲୁ), ପୁତୁରା ନିକୁଞ୍ଜ ଦତ୍ତା ପ୍ରମୁଖ ବିଶାଖାପାଟଣା ନେଇଯାଇଥିଲେ। ସେଠାକାର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ମରଶରୀର ଗୁରୁବାର ସକାଳ ୭ ଟା ବେଳେ ରୁପ୍ରାରୋଡ଼ ନିଜ ଗାଁ ରେ ଆସି ପହଞ୍ଚିଛି। ଗାଁ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୁଚନା ମିଳିଛି। ରୁପ୍ରାରୋଡର ଲୋକପ୍ରିୟ ଚିକିତ୍ସକ ସ୍ବର୍ଗତ ବାବୁଲାଲ ଦତ୍ତାଙ୍କ ସୁପୁତ୍ର ତଥା କାନ୍ତିଲାଲ, ଅରୁଣ, ରାଜେଶ, ନିଲେଶ,ଙ୍କ ଭାଇ ସ୍ବର୍ଗତ ଅଶ୍ବିନ ଦତ୍ତା ଜଣେ ମେଳାପି ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ବିଜେପି, ବିଜେଡ଼ି, କଂଗ୍ରେସର ଅନେକ ନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।





