କଲମପୁର/ ଓଡ଼ିଆ ବାର୍ତ୍ତା (ଭୋଜରାଜ ଛତ୍ରିଆ): ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗ ଦ୍ୱାରା କଲମପୁର ବ୍ଳକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା କଲମପୁର ଆର.ଏମ.ସି ଧାନମଣ୍ଡି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ମେଳାରେ ମତ୍ସ୍ୟ ଓ ପ୍ରାଣି ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀ,ଚାଷୀ-ବିଶେଷଜ୍ଞ ଆଲୋଚନା ଚକ୍ର, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମାନ୍ୟବର ବିଧାୟକ ଧର୍ମଗଡ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମଧୁସୂଦନ ଦାସ ଉପଖଣ୍ଡ ପ୍ରାଣି ଚିକିତ୍ସା ଅଧିକାରୀ ଧର୍ମଗଡ, ସମ୍ମାନୀୟ ଅତିଥି ଭାବେ ସମିତି ଉପାଧ୍ଯକ୍ଷ ଚିନ୍ତାମଣୀ ବେହେରI, ଦୁହିତା ମାଝୀ ଜିଲ୍ଲା ପରିଷଦ ଜୋନ୍ -୧, ନିବେଦିତା ହଂସ ଜିଲ୍ଲା ପରିଷଦ ଜୋନ୍ – ୨, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗି, ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଘନଶ୍ୟାମ ନାଏକ, ସାଂସଦ ପ୍ରତିନିଧି ଅରୁଣ କୁମାର ଜଗରିଆ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିଭଳି ବିଶେଷ ଅତିଥି ଭାବେ ଡା. ନୀରଦ ଚନ୍ଦ୍ର କହଁର ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ କଳାହାଣ୍ଡି, ଜ୍ଞାନ ରଞ୍ଜନ ସେଠୀ ଜିଲ୍ଲା ମତ୍ସ୍ୟ ଅଧୁକାରୀ କଳାହାଣ୍ଡି ପ୍ରମୂଖ ମଞ୍ଚାସିନ ରହି ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଏଲ୍.ଆଇ ନୀଳକଣ୍ଠ ନାଏକ କରିଥିବା ବେଳେ ମତ୍ସ୍ୟ ସହାୟକ ଅକାରୀ ମାନବେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଫଳ ଚାଷୀ ଓ ଉଦ୍ୟୋଗି ମାନେ ନିଜର ଅନୁଭୂତି ବର୍ଣ୍ଣନା କରିଥିବା ବେଳେ ସଫଳ ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପରିସରରେ ପ୍ରାଣୀ ସମ୍ପଦ ବିଭାଗ, ମତ୍ସ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ, ମିଶନ ଶକ୍ତି, ଓମଫେଡ ବିଭାଗର ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ଉକ୍ତ ମେଳାରେ କଲମପୁର ବ୍ଲକର ୧୧ ଗୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ଚାଷୀ ଙ୍କ ସମେତ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ।





