ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ବିଭାଗୀୟ କାର୍ଯ୍ଯରେ ଗୁରୁତର ଅବହେଳା ଯୋଗୁଁ ଆଜି ସୋନପୁର ପୌର ପରିଷଦର ଟ୍ୟାକ୍ସ ଓ ଫି କଲେକ୍ଟର କୃଷ୍ଣଭକ୍ତ ନାଏକ ଙ୍କୁ ନିଲମ୍ବନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ l ପ୍ରକାଶ ଥାଉ କି ଯେ ଗତକାଲି ଜିଲ୍ଲା ର ସମସ୍ତ ପୌର ପରିଷଦ ଓ ବିଜ୍ଞାପିତ ପରିଷଦ ମାନଙ୍କୁ ନେଇ ଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଅନୁଷ୍ଟିତ ସମୀକ୍ଷା ବୈଠକରେ କାର୍ଯ୍ଯ ତଦାରଖ ବେଳେ ଅନୁପସ୍ଥିତ ଥିବା ଟେକ୍ସ କଲେକ୍ଟର କୃଷ୍ଣଭକ୍ତ ନାଏକଙ୍କୁ ପ୍ରଥମେ ବିଭାଗୀୟ ଅଧିକାରୀ ଓ ପରେ ଜିଲ୍ଲାପାଳ ନିଜେ ବାରମ୍ବାର ଫୋନ୍ କଲା ସତ୍ତ୍ବେ ବି ଫୋନ ନ ଉଠାଇବା ଯୋଗୁଁ ଓ ଲୋକଙ୍କ ରାଜସ୍ବ ପାଣ୍ଠି ରୁ ମାସକୁ ୮୨ ହଜାର ଟଙ୍କା ଦରମା ନେଇ ଲୋକ ଙ୍କ ସେବା ରେ ଓ ସରକାରୀ କାର୍ଯ୍ଯରେ ଘୋର ଅବହେଳା କରିଥିବା ଓ ତାଙ୍କ ନାମରେ ବିଭିନ୍ନ ଅଭିଯୋଗ ଥିବା ଯୋଗୁଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି l ସେ ବିଭିନ୍ନ ସମୟରେ ଅଫିସକୁ ମଦ୍ୟପାନ କରି ଆସୁଥିବା ବେଳେ କାର୍ଯ୍ୟ କରୁ ନ ଥିବା ଜଣାପଡ଼ିଛି । ଆଜି ସକାଳ ୧୦ ଟାରେ ଜିଲ୍ଲାପାଳ ଡ଼. ସାହୁ ପୁଣି ନିଜେ ପୌର ପରିଷଦ ଅଫିସରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ତଦାରଖ କରିଥିଲେ ଓ ପରେ କର୍ମଚାରୀ ଶ୍ରୀ ନାଏକ ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ନିଲମ୍ବନ କରିଥିବା ଖବର ମିଳିଛି l





