ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଳାକୋଟ ଗ୍ରାମର ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ପଟ୍ଟନାୟକଙ୍କ ୫୭ ବର୍ଷ ବୟସ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କିଛି ମାସ ହେଲା ସେ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ। ତାଙ୍କର କିଡନୀ ଏବଂ ହାର୍ଟ ସମସ୍ୟା ଦେଖା ଦେବାରୁ ସମୟ ସମୟରେ ଡାଇଲେସିସ୍ କରାଉଥିବା ବେଳେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଗାଁ କୁ ମର ଶରୀର ଫେରିବା ବେଳେ ଗାଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶେଷ କୃତ୍ୟ ସଂପନ୍ନ ହୋଇଛି। ସେ ଜଣେ ପରୋପକାରୀ ମେଳାପୀ ବ୍ୟକ୍ତି ଥିଲେ।





