ପେଙ୍ଗଶୁର ଗାଁରେ ଜଙ୍ଗଲି ହାତୀ ଉପଦ୍ରବ: ନଷ୍ଟ କଲେ ଧାନ, ମାଣ୍ଡିଆ କନ୍ଦମୂଳ ଚାଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ମୂଷାନାଲ ସେକ୍ସନ ପେଙ୍ଗଶୁର ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।ନିକଟସ୍ଥ ଧଡେଲ ଜଙ୍ଗଲରେ ୨୫ ଟିକିଆ ହାତୀପଲ ରହିଥିବା ବେଳେ ଗତ ରାତିରେ ଲାଞ୍ଜିଗଡ଼ ବ୍ଳକ ବେନାଗାଁ ପଞ୍ଚାୟତ ପେଙ୍ଗଶୁର ଗାଁର ମଦ ମାଝୀ, ଡମେ ମାଝୀ, ଶିବାଜୀ ମାଝୀ, ଲଦଗା ମାଝୀଙ୍କ ଧାନ,ମାଣ୍ଡିଆ, ଓ କନ୍ଦମୂଳ କନ୍ଦାକୁ ମାଡ଼ି ଚକଟି ନଷ୍ଟ କରି ଦେଇଛନ୍ତି। ତେବେ ବର୍ଷ ସାରା ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ବଡୁଥିବା ବେଳେ ଚାଷକୁଲ ଧାର କରଜ କରି ଧାନ ସହିତ ବିଭିନ୍ନ ଚାଷ କରିଥାନ୍ତି। ହେଲେ ବର୍ତ୍ତମାନ ଏମାନଙ୍କ ଫସଲକୁ ହାତୀ ପଲ ମାଡି ଚକଟି ନଷ୍ଟ କରିଦେଇଥିବା ବେଳେ ବର୍ତ୍ତମାନ ୪ଟି ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି। ବର୍ତ୍ତମାନ ଧଡେଲ ଓ ଦୋଳମା ଜଙ୍ଗଲରେ ୨୫ଟିକିଆ ହାତୀପଲ ରହିଥିବା ବେଳେ ଉକ୍ତ ଅଞ୍ଚଳ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖବର ପାଇ ମୂଷାନାଲ ସେକ୍ସନ ବନ କର୍ମଚାରୀ ମାନେ ଘଟଣା ସ୍ଥଳକୁ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ଜଣା ପଡ଼ିଥିବା ବେଳେ ଏନେଇ ବନପାଳ ଚିନ୍ତାମଣି ମାଝୀଙ୍କୁ ପଚାରିବାରୁ ପେଙ୍ଗଶୁର ଗାଁର ଅନେକ ଲୋକଙ୍କ ଫସଲ ନଷ୍ଟ କରିଛନ୍ତି ଏହାର ତଦାରଖ ପାଇଁ ମୁଁ ଷ୍ଟାଫ୍ ପଠେଇ ଥିଲି ଓ ଆକଳନ କରିସାରିଛୁ ଯାହା ଚାଷୀଙ୍କ କ୍ଷୟକ୍ଷତି ହୋଇଛି ଆମେ ସରକାରଙ୍କ ଅବଗତ କରିବୁ ସେପଟୁ ଯାହା ନିର୍ଦେଶ ଆସିବ ସେହି ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.