ପାରାଦୀପ ଓ ତିର୍ତ୍ତୋଲ ବାଲିଯାତ୍ରାରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନର ଓଡ଼ିଶୀ ନୃତ୍ୟର ଝଲକ

ଓଡ଼ିଆ ବାର୍ତ୍ତା/ ପାରାଦୀପ: ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ। ସେଇଥିପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି। ସେହିଭଳି ତିର୍ତ୍ତୋଲରେ ମଧ୍ୟ ବାଲି ଯାତ୍ରା ଅନୁଷ୍ଠିତ ହୋଇଛି। ପଡ଼ିଆରେ ଦେଖିବାକୁ ମିଳିଛି ବିଭିନ୍ନ ପ୍ରକାରର ଷ୍ଟଲ୍। ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ଏହି ଷ୍ଟଲରେ ରହିଛି।‌ ଏହି ଅବସରରେ ଅପରାହ୍ନ ରୁ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ସଙ୍ଗଠନ ଓ ବାହାର ଜିଲ୍ଲାର ସଙ୍ଗଠନ ଗୁଡିକ ସେମାନଙ୍କର କଳାକୃତି ପଦର୍ଶିତ କରିଥିଲେ। ସେହି ଭଳି ପାରାଦୀପ କଳିଙ୍ଗ ବାଲି ଯାତ୍ରା ଓ ପରଦିନ ତିର୍ତ୍ତୋଲ ବାଲି ଯାତ୍ରା ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନାରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନେ ଓଡ଼ିଶୀ ନୃତ୍ୟ କରି ଦର୍ଶକଙ୍କ ମନକୁ ମୋହି ଥିଲେ। ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ତାରିଣୀ,‌ ଜ୍ୟୋତିର୍ମୟୀ, ଶୁଭଶ୍ରୀ, ସମ୍ପନ୍ନା, ଅନୁଷ୍କା, ପ୍ରିୟଙ୍କା ଏବଂ ପ୍ରୀୟାଶି ନୃତ୍ୟ ପରିବେଷଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.