ସନ ସାଇନ ଇଂରେଜି ମିଡ଼ିୟମ ସ୍କୁଲରେ ଶିଶୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସ୍ଥାନୀୟ ସନସାଇନ ଇଂରେଜି ମିଡ଼ିଏମ ବିଦ୍ୟାଳୟରେ ଶିଶୁଦିବସ ମହା ଆଡମ୍ବର ରେ ପାଳନ କରାଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଏସଡିପିଓ ଶ୍ରୀ ସୁଜିତ ନାୟକ ଓ ମୁଖ୍ୟ ବକ୍ତା ରୂପେ ସ୍ଥାନୀୟ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାଜୁ ଗୋପାଳ ରାଓ, ଶ୍ରୀ ଲଷ୍ମୀଚରଣ ପାଣିଗ୍ରାହୀ, ସି ଆ ରସିସି ଶ୍ରୀ ହେମନ୍ତ କୁମାର ବେହେରା ଯୋଗ ଦେଇଥିଲେ | ମୁଖ୍ୟ ଅତିଥି ପିଲାମାନେ କିପରି ଭଲ ମଣିଷ ସହିତ ସମାଜ ର ହିତ କରି ପାରିବେ, ତାହା ଉପରେ ଆଲୋକ ପାତ କରିଥିଲେ |ଏହି ସଭା କାର୍ଯ୍ୟକୁ ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ରଥ ସଭାପତିତ୍ୱ କରିଥିଲେ | ଅଧକ୍ଷ ଶ୍ରୀ ସୁନୀଲ ମହାନ୍ତି ଓ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ଫେନସି ଡ୍ରେସ ରେ ଆସି ଅତିଥି ମାନଙ୍କ ମନ ମୋହି ଥିଲେ ଓ ବିଭିନ୍ନ ପ୍ରକାର ସଂଗୀତ କାର୍ଯ୍ୟକ୍ରମ ହୋଇଥିଲା |କାର୍ଯ୍ୟକ୍ରମ ଶେଷରେ ପିଲାମାନଙ୍କୁ ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.