ସରସ୍ବତୀ ଶିଶୁ ମନ୍ଦିରରେ ଗୋପବନ୍ଧୁ ଜୟନ୍ତି ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଗୋପବନ୍ଧୁ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଙ୍କ ତତ୍ତ୍ବ|ବଧାନ ରେ ଶ୍ରୀମତୀ ସୁଚିତ୍ରା କୁମାରୀ ପଣ୍ଡା ପରିଚାଳନା କରିଥିଲେ । ପ୍ରଣବ ଗୁରୁଜୀ ଶିଶୁ ଭଉଣୀ ଙ୍କ ଦ୍ବାରା ସ୍ବାଗତ ବ୍ୟବସ୍ଥା କରିଥିଲେ |ଶ୍ରୀମତୀ ପ୍ରମୋଦିନୀ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | ଏହି ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ମହୋଦୟ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଗୋପବନ୍ଧୁ ଙ୍କ ଜୟନ୍ତୀ ପାଳନ ର ମହତ୍ତ୍ବ ଶିଶୁଭାଇ ଓ ଭଉଣୀଙ୍କୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ | ଆଜିର ଦିବସରେ ବିଦ୍ୟାଳୟ ର ଗୁରୁମା ଶ୍ରୀମତୀ ନିବେଦିତା ପଣ୍ଡା ଶିଶୁଙ୍କୁ ଗୋପବନ୍ଧୁଙ୍କ ସେବାପରାୟଣତା ବିଷୟରେ ବର୍ଣ୍ଣନା କରି କହିଥୂଲେ ଯେ ମାନବ ସେବା ହିଁ ଈଶ୍ବରଙ୍କ ସେବା |ତେଣୁ ଶିଶୁ ଭାଇ ଓ ଭଉଣୀ ଙ୍କୁ ପରାମର୍ଶ ଦେଇଥିଲେ ପରସ୍ପର କୁ ସାହାଯ୍ୟ ଓ ସହଯୋଗ କରି ଜଣେ ଉତ୍ତମ ନାଗରିକ ହୋଇ ଦେଶ ସେବା କରି ନିଜ ଜୀବନ କୁ ସମର୍ପିତ କରିବା | ପରିଶେଷରେ ସୁରଞ୍ଜନ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ | ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାଉସୀ ମଉସା ଯୋଗ ଦେଇ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ ଏବଂ ଶିଶୁ ଭାଇ ଓ ଭଉଣୀ, ଗୁରୁଜୀ ଗୁରୁମା ଓ ବାହାନ ଚାଳକ ସ୍ଥାନୀୟ ମନ୍ଦିର ପରିସରକୁ ଯାଇ ସେବାକାର୍ଯ୍ୟ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.