ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବରାଜ ବେହେରା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସି ଆର ସି ସି ଶ୍ରୀ ହେମନ୍ତ କୁମାର ବେହେରା, ୱାର୍ଡ -୬ ର କାଉନସିଲର ଶ୍ରୀମତୀ ସୁଦେଷ୍ଣା ବେହେରା, ପ୍ରଧାନ ଶିକ୍ଷକ ଶ୍ରୀ ହରପ୍ରସାଦ ଦାଶ,ଏହି ବିଦ୍ୟାଳୟ ର ପୂର୍ବତନ ସଭାପତି ଶ୍ରୀ ପ୍ରଦୀପ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରସନ୍ନ କୁମାର ଦାସ ପ୍ରଯୋଗଦେଇଥିଲେ। ସି ଆର ସି ସି ଶ୍ରୀ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସନ୍ଧ୍ୟାରଣି ଷଡ଼ଙ୍ଗୀ, ରିନା ଦୀକ୍ଷିତ, ସବିତା କୁମାରୀ ପାତ୍ର, ସୋନାଲି ରାଣୀ ଦାସ, ସସ୍ମିତା ଗୌଡ଼, ଯଦୁମଣି ମହାପାତ୍ର ସହଯୋଗ କରିଥିଲେ। 15ଟି ଗ୍ରୁପ ଡାନ୍ସ ହୋଇଥିଲା ଶେଷରେ ପିଲାଙ୍କ ଦ୍ଵାରା ପୌରାଣିକ ନାଟକ ଏକ ଲବ୍ୟ ର ଗୁରୁ ଦକ୍ଷିଣା ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା





