ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବିହାରରେ ଏନଡ଼ିଏ ଏବଂ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ପରିପ୍ରେକ୍ଷୀରେ ସଇଁନ୍ତଳା ବ୍ଲକ ଟିକ୍ରାପଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ବିଜେପି କର୍ମୀ ବିଜୟ ଶୋଭାଯାତ୍ରା କରିଥିଲେ | ସାଂସଦ ପ୍ରତିନିଧି ଅକ୍ଷୟ ରଣା ଏହାର ନେତୃତ୍ୱ ନେଇଥିଲେ | ବିବେକା ରାଜପଲିଆ, ରାଜକୁମର କଲେତ, ପିଣ୍ଟୁ ବଗର୍ତ୍ତୀ, ଚିତ୍ତରଞ୍ଜନ ରାଜପଲିଆ, ଆର୍ତ୍ତ ପୁଟେଲ, ମୀନକେତନ ରାଜପଲିଆ, ରତି ରାଜପଲିଆ, କ୍ଷମା ପୁଟେଲ, ଶ୍ରୀମୁଖ ରାଜପଲିଆ, ଅମିତ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ |





