୬୯ତମ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ପୋଲମା ବିଦ୍ୟାଳୟର ଛାତ୍ରୀଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତରେ ରହିଥିବା ସରକାରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି। ବାଲେଶ୍ୱର ଜିଲ୍ଲାରେ ହୋଇଥିବା ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ କନିଷ୍ଠ ବାଳିକା ବିଭାଗରେ ମୌସୁମୀ ମାଝୀ ୨୦୦ ମିଟର ଦୌଡ଼ ରେ ଦ୍ୱିତୀୟ ଓ ଲଳିତା ତିଆକା ୩୦୦୦ ମିଟର ଦୌଡରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହି ଦୁଇ ଛାତ୍ରୀ ଜିଲ୍ଲା, ବ୍ଲକ ଓ ପୋଲମା ବିଦ୍ୟାଳୟ ର ଗୌରବ ଅର୍ଜନ କରିଛନ୍ତି। ଏହି ଦୁଇ ପ୍ରତିଯୋଗୀଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରିବା ସହ ଉନ୍ନତି କାମନା କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିମନ୍ୟୁ ଚୌଧୁରୀ, କ୍ରୀଡା ଶିକ୍ଷକ ବାବୁଲା ମେଲାକା ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମ୍ପୂର୍ଣ୍ଣ ଅବଦାନ ରହିଥିବାରୁ ଆମେ ଆଗକୁ ଯାଇଛୁ ବୋଲି କ୍ରୀଡା ପ୍ରେମୀ କହିଛନ୍ତି। ସେହିପରି ନାରାୟଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଝିଅ ଦୀପିକା ମିଣିଆକା ୪୦୦ମିଟର ଦୌଡ କୁଦ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ପ୍ରଥମଥର ପାଇଁ ଜିଲ୍ଲାକୁ କାଂଶ୍ୟ ପଦକ ପ୍ରାପ୍ୟ କରାଇଛନ୍ତି । ଏହି ପରିପେକ୍ଷୀରେ ରାୟଗଡ଼ା ରେଳ ଷ୍ଟେସନ ରେ ଛାତ୍ରୀ ମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ,ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରିଣୀ ଶାନ୍ତିଲତା ମୁନି, ଜିଲ୍ଲା କ୍ରୀଡ଼ା ଅଧିକାରୀ ହରିହର ପାତ୍ର ପହଞ୍ଚି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.