ନର୍ଲା ଡାକ୍ତରଖାନା କର୍ମଚାରୀ ଦୁଃଖୀଶ୍ୟାମ ଗହିରଙ୍କ ଦେହାନ୍ତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡାକ୍ତରଖାନାରେ ନିୟମିତ ସ୍ଵିପର ଭାବରେ କାର୍ଯ୍ୟରତ ଦୁଃଖିଶ୍ୟାମ ଗହୀରଙ୍କ ବୁର୍ଲା ଡ଼ାକ୍ତରଖାନାରେ ରବିବାର ରାତି ୧୦.୩୦ ରେ ଦେହାନ୍ତ ହୋଇଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ସେ ଯକୃତ ଜନିତ ସମସ୍ୟାରେ ପୀଡିତ ଥିଲେ। ଦୁଇଦିନ ତଳେ ତାଙ୍କ ଦେହ ଅବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାକାର ଡାକ୍ତର ତାଙ୍କୁ ବୁର୍ଲା ପ୍ରେରଣ କରିଥିଲେ। ତାଙ୍କ ସହ ଧର୍ମିଣି ଓ ତାଙ୍କର ସମ୍ପର୍କୀୟ ମାନେ ତାଙ୍କ ସହ ଥିଲେ। ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ନିଜ ଗାଁ ସିର୍ଜାପାଲିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି। ସେ ଜଣେ ହସକୁରା, ମେଳାପି ଯୁବକ ଥିଲେ। ତାଙ୍କର ଅନୁପସ୍ଥିତି ନର୍ଲା ଡାକ୍ତରଖାନାର ସମସ୍ତ କର୍ମଚାରୀ ଅନୁଭବ କରୁଥିବା କହିଛନ୍ତି ବିପିଏମ ସବୀର ପଧାନ। ଏଵଂ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.