ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ୪୬ତମ ବାର୍ଷିକ କ୍ରିଡ଼ା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ୪୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭ ଉଦଘାଟନ କରିଥିଲେ । ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ଭାର୍ଗବ କୁମାର ସାହୁ, ନିମାଇଁ ଚରଣ ପାତ୍ର, କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ, ସୁଶାନ୍ତ ମୁଣ୍ଡ, ଅମିତ କୁମାର ମୁଣ୍ଡ ପ୍ରମୁଖ ମଞ୍ଚାସୀନ ରହି ଖେଳୁଆଡ଼ ମନୋଭାବ ନେଇ କ୍ରୀଡ଼ା ପ୍ରଦର୍ଶନ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଭୟ କୁମାର ବାଗଙ୍କ ନେତୃତ୍ୱରେ ଏବଂ ଅଧ୍ୟାପକ ମାନସ ନାଏକ ଓ ତାପସ ଭୋଇଙ୍କ ସକ୍ରିୟ ସହଯୋଗିତାରେ ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିବ ଓ ଆସନ୍ତା ତା:୨୦/୧୧/୨୫ ଦିନ ଉଦଯାପିତ ହେବ । ଅଧ୍ୟାପକ ଗଣପତି ବାଗ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ମାଧବ ଲହଜଲ୍ ଧନ୍ୟବାଦ ଦେଇଥିଲେ । ଅଧ୍ୟାପକ ସଚିନ୍ କୁମାର ସାହୁ, ସଦୟ ପଧାନ, ଲିପୁଚନ୍ଦ୍ର ସାହୁ, ଧିରଜ ନାଏକ, ଦୀନବନ୍ଧୁ ବାଗ, ସଂଜୟ ସାହୁ, ଚିନ୍ମୟ ବାଗ, ଅଧ୍ୟାପିକା ବିଥିକା ଠାକୁର, ଶୁଭସ୍ମିତା ପଣ୍ଡା, ଅଲକା ବେହେରା, ମନିଷା ସାହୁ, ନିବେଦିତା ଡାକୁଆ, ଅଞ୍ଜଳି ମାଝୀ ସମେତ ରଜନୀକାନ୍ତ ନାଏକ, ଖୋବେନ୍ଦ୍ର ପୁଝାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.