ଉଦଯାପିତ ହେଲା ୧୦ ଦିନ ଧରି ଚାଲିଥିବା ବାଲେଶ୍ୱର ଲୋକ ମହୋତ୍ସବ

ଶେଷ ସନ୍ଧ୍ୟାରେ ସଙ୍ଗୀତ ପରିବେଷଣ କଲେ ପ୍ରଜ୍ଞା ହୋତା, ଚିରାଗ୍ ଦିପ ପଣ୍ଡା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ବାଲେଶ୍ୱର ଲୋକ ମହୋତ୍ସବ। ଦୀର୍ଘ ୧୦ ଦିନ ଧରି ବାଲେଶ୍ଵର ଆଇଟିଆଇ ପଡ଼ିଆରେ ଚାଲିଥିବା ଉତ୍ସବର ଦଶମ ସନ୍ଧ୍ୟାରେ ଆୟୋଜିତ ସଭାରେ ସଭାପତି ଅସିତ୍ କୁମାର ଦାସଙ୍କ ସଭାପତିତ୍ବ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସଧାରଣ) ସୁଧାକର ନାୟକ, ଏସବିଆଇ ମୁଖ୍ୟ ପରିଚାଳକ ସତ୍ୟସେସ ପଟ୍ଟନାୟକ, ବିବିସିସି ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର, ଯୁବନେତା ତଥା କମିଟିର ଉପଦେଷ୍ଟା ମାନସ ଦାସ୍ ପଟ୍ଟନାୟକ, ଶାନ୍ତନୁ ଦାସ, ଅଧ୍ୟକ୍ଷ ବିଶ୍ୱଜିତ୍ ପରମାଣିକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ ମଞ୍ଚ ଆହ୍ବାନ କରିଥିବା ବେଳେ ଉପାଧ୍ୟକ୍ଷ ବିକାଶ ପାଢ଼ୀ, ସଧାରଣ ସମ୍ପାଦକ ସଂଜୟ ସାମନ୍ତ, ସତ୍ୟପ୍ରକାଶ ପତି, ତାପସ ପାଣିଗ୍ରାହୀ, ରାଜେଶ୍ ମହାକୁଡ଼, ସୌଭାଗ୍ୟ ମାନସ ନାୟକ, ସମ୍ବିତ ବିଶ୍ଵାଳ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମଞ୍ଚରେ ଉପସ୍ଥିତ ଥିଲେ। କୋଷାଧ୍ୟକ୍ଷ ନିଶୀଥ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ନଭେମ୍ବର ୧୯ରୁ ଆରମ୍ଭ ହୋଇଥିବା ଏହି ଲୋକ ମହୋତ୍ସବ ଗତକାଲି ସନ୍ଧ୍ୟାରେ ଶେଷ ହୋଇଛି। ପୂର୍ବରୁ କମିଟି ପକ୍ଷରୁ ଯୋଜନା ମୁତାବକ ବାଲେଶ୍ଵରର ୩ଟି ଦୁର୍ଗା ପୂଜା କମିଟିକୁ ୫୦୦୦ ଟଙ୍କା ଲେଖା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହା ପରେ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଏବଂ ଚିରାଗଦୀପ୍ ପଣ୍ଡା ସଂଗୀତ ପରିବେଷଣ କରିଥିଲେ।

ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ସମସ୍ତ ବ୍ୟବସାୟୀ ଭଲ ବ୍ୟବସାୟ କରିଥିବା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଝାଡେଶ୍ବର ଜେନା, ସୀମନ ଦାସ୍ ମହାପାତ୍ର, ଜଗନ୍ନାଥ ପାଣିଗ୍ରାହୀ, ସିଲାବ ସତ୍ୟକାମ୍, ସମ୍ୟ ରଞ୍ଜନ ଯାଦବ, ଗୌର ମଲ୍ଲିକ, ହ୍ରିତିକ୍ ନାୟକ, ଜିତେନ୍ଦ୍ର ମହାଳିକ, ନିରଞ୍ଜନ ମହାନ୍ତି, ଅନୁପମ ମିଶ୍ର ସମେତ ସମସ୍ତଙ୍କ ସହଯୋଗରେ ମହୋତ୍ସବ ସଫଳତା ସହିତ ଶେଷ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.