ବୁଢାବାହାଲ ଅନାସ୍ଥା ଭୋଟ: ପଦ ହରାଇଲେ ଲତା, ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ପଦ ହରାଇଲେ ସଇଁତଲା ବ୍ଲକ ବୁଢାବାହାଲ ସରପଞ୍ଚ ଲତା କୁମ୍ଭାର। ନାଏବ ସରପଞ୍ଚ ବିଜୟ ସେଲମା ପିନ୍ଧିଲେ ବିଜୟ ମୁକୁଟ। ଶ୍ରୀ ସେଲମା ଏବେ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ଗତି। ଏଠାରେ ସୂଚନା ଯୋଗ୍ୟ ଯେ, ବୁଢାବାହାଲ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ ହୋଇଥିଲା। ଫଳାଫଳ ସରପଞ୍ଚ ଲତା କୁମ୍ଭାରଙ୍କ ବିରୁଦ୍ଧରେ ଯାଇଥିଲା। ତେଣୁ ନାଏବ ସରପଞ୍ଚ ବିଜୟ ସେଲମା ବର୍ତ୍ତମାନ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.