ଶିକ୍ଷାବିତ ଶ୍ରୀଧର ପତିଙ୍କ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ ସଦର: ବୟାଳିଶ ମୌଜା ସ୍ଥିତ କଳପଡା ଗ୍ରାମ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ, ଶିକ୍ଷାବିତ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଧର ପତିଙ୍କ ୨୨ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶ୍ରୀଧର ପତି ସ୍ମୃତି କମିଟି ପକ୍ଷରୁ ଏକ ସ୍ମୃତି ସଭା କଳପଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ସଭାର ଆବାହକ ଥିଲେ ୪୨ମୌଜା ବିକାଶ ପରିଷଦର ସମ୍ପାଦକ ସମାଜସେବୀ ସନ୍ତୋଷ କୁମାର ପତି। ସମ୍ମାନୀୟ ଅତିଥି ମାନେ ସ୍ବର୍ଗତ ପତିଙ୍କ ଅମ୍ଲାନ ପ୍ରତିଭା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଉକ୍ତ ସଭାରେ ସମାଜସେବୀ ଅଭୟ କୁମାର ମହାପାତ୍ର, କଟକ ସଦର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଭୁତିଭୂଷଣ ପରିଡା, ଆଡ଼ଭୋକେଟ ସଂଜୀବ କୁମାର ବିଶ୍ୱାଳ, କଟକ ଜିଲ୍ଲା ଦଳିତ ମହାସଙ୍ଘର ସଭାପତି ରାମଚନ୍ଦ୍ର ଗୋଛାୟତ, ରବୀନ୍ଦ୍ର ମହାନ୍ତି, ଶ୍ରୀ କଦମ୍ବେଶ୍ୱର ମହାଦେବ ମନ୍ଦିର କମିଟି କୋଷାଧକ୍ଷ ଜୟକୃଷ୍ଣ ମୁଦୁଲି, ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଅର୍ଜୁନ ଚରଣ ପତି, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ୪୨ ମୌଜା ଯାଦବ ମହାସଭା ସମ୍ପାଦକ ପ୍ରସନ୍ନ କୁମାର ବେହେରା, ଶ୍ରଦ୍ଧାକାନ୍ତ ମହାନ୍ତି, ରୋହିତ କୁମାର ସ୍ୱାଇଁ, ଗଣେଶ୍ୱର ପରିଡା, ଚିତ୍ରସେନ ଦାସ, କିଶୋର ବାରିକ, ମନୋରଞ୍ଜନ ସ୍ୱାଇଁ, ପବିତ୍ର କୁମାର ପତି, ସାମ୍ବାଦିକ ବୁଲେଇ ବେହେରା ଏବଂ ସ୍ବର୍ଗତ ପତିଙ୍କ ପୁତ୍ର ଆଲୋକ କୁମାର ପତି, ଆଶିଷ କୁମାର ପତି ଓ ଅଶୋକ କୁମାର ପତି ପ୍ରମୁଖ ସ୍ବର୍ଗତ ଶ୍ରୀଧର ପତିଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ପଣ୍ଡିତ ଉମାକାନ୍ତ ନନ୍ଦ ବେଦ ପାଠ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.