ଯାଦବ ମହାସଭା ପକ୍ଷରୁ ବିମ୍ବୋଷ୍ଠୀ ଧଙ୍ଗଡାମାଝୀଙ୍କ ଶୋକସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ଧର୍ମପରାୟଣା ବିମ୍ବୋଷ୍ଠୀ ଧଙ୍ଗଡାମାଝୀଙ୍କ ଏକଦଶାହ ଦିବସ ଅବସରରେ ଯାଦବ ମହାସଭା ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତିବିତ୍ ସ୍ବର୍ଗତ ବେଣୁଧର ଧଙ୍ଗଡାମାଝୀଙ୍କ ଧର୍ମପତ୍ନୀ ବିମ୍ବୋଷ୍ଠୀ ଦେବୀ ଦେବଗିରି ମଠର ନବୀକରଣ କାର୍ଯ୍ୟର ପୁରୋଧା ଥିଲେ। ଏହି ମହିୟସୀ ମହିଳାଙ୍କ ଶୋକସଭାର ଅଧ୍ୟକ୍ଷତା କରିଥିଲେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ନୃପରାଜ ଯାଦବ। ସଭାରେ ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ, ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭାର ମଦନମୋହନ ବଗର୍ତ୍ତି, ଚିନ୍ତାମଣି ଚନ୍ଦନ, ଉତ୍କଳ ଯାଦବ ମହାସଭାର ମହେନ୍ଦ୍ର ନାଏକ, ନର୍ଲା ବ୍ଲକ ଯାଦବ ମହାସଭା ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ମାର୍କଣ୍ଡ ଜାଲ, ମାଧବ ନାଗ, କେସିଙ୍ଗା ବ୍ଲକ ଯାଦବ ମହାସଭା ସମ୍ପାଦକ ମହିପାଳ ନାଏକ, ପ୍ରଫୁଲ୍ଲ ନାଏକ, କର୍ଲାମୁଣ୍ଡା ବ୍ଲକ ଯାଦବ ମହାସଭାର କିଶୋର ନାଗ, ନର୍ଲା ବ୍ଲକ ଯୁବ ଯାଦବ ମହାସଭା ସଭାପତି ପ୍ରସୁନ୍ ଜାଲ, ମିତ ପୁଅ ଦିପକ ମହାପାତ୍ର, ପୁଅ ଅଶୋକ, ସଞ୍ଜୟ, ପ୍ରଦୀପ, ଧର୍ମେନ୍ଦ୍ର, ବିଜୟ, ଅଭୟ, ଅଜୟ, ଭଣଜା ତୁଲସିରାମ ବଗର୍ତ୍ତି, ଅଭିମନ୍ୟୁ, ପାଣ୍ଡବ, ଟୁକୁ, ନଣନ୍ଦ ଭାନୁମତୀ ବଗର୍ତ୍ତି, ଝିଅ ଅହଲ୍ୟା, ମଞ୍ଜୁଲା, ଶୁକ, କଳା, ସନ୍ଧ୍ୟା, ତରୁ, ରାଖି, ମିନା,  ବନିତା, ସମସ୍ତ ଜ୍ବାଇଁ, ବୋହୁ ପ୍ରତିମା, ସରୋଜିନୀ, ସ୍ବର୍ଣ୍ଣ, ଲତା, ସବିତା, ରୁବି, ଟୁନି, ଜାହ୍ନବି, ନାତୁଣୀ ଜ୍ୟୋତ୍ସ୍ନା, ରଶ୍ମି, ଜ୍ୟୋତି, ନାତି ସୁନୀଲ, ସୁଧୀର, ସଲିଲ, ସୁମିତ, ପଣ ନାତୁଣୀ ଶ୍ରେୟାଂଶୀ, ଶୁଭ୍ରାଂଶୀ, ଶୀତାଂଶୀ, ଦିବ୍ୟାଂଶୀ, ପଣନାତି ସମର୍ପିତ ଓ ସମ୍ଭବଙ୍କ ସମେତ ଜ୍ଞାତି କୁଟୁମ୍ବ ଓ ଛତିଶ ପାଟକର ଲୋକ ଉପସ୍ଥିତ ଥିଲେ। ସଭା ସଂଯୋଜନା କରିଥିଲେ ଭାଗବତିଆ କବି ମଧୂସୁଦନ ରାଉତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.