ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଦୁଇ ଗୋଟି ଜୋନ୍ ମିଳିତ ଭାବେ ପୋଖରିବନ୍ଧ ଠାରେ ଆତ୍ମନିର୍ଭର ଭାରତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ଜିଲ୍ଲା ପ୍ରତିନିଧି ଶୁକ୍ରୁ ମାଝି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ଅଗ୍ରୱାଲ, ଜିଲ୍ଲା ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ତୋଫାନ ସୁନାନୀ, ବିଶ୍ୱନାଥପୁର ମଣ୍ଡଳ ସାଧାରଣ ସମ୍ପାଦକ ଅମରେଶ କୁମାର ବୁଦ୍ଧିଆ, ଲାଞ୍ଜିଗଡ଼ ସାଧାରଣ ସମ୍ପାଦକ ସଞ୍ଜୟ ସାହୁ, ବରିଷ୍ଠ ନେତା ତ୍ରିନାଥ ପାତ୍ର, ଲକ୍ଷ୍ମୀଧର ସନ୍ତୋଷରାୟ, ଜଳଧର ପାତ୍ର, ଅନ୍ତରାମ ପ୍ରଧାନୀ,ମଣି ମାଝୀ, ଭୀମସେନ ସାହୁ, ଗୌରଚନ୍ଦ୍ର ଦଳେଇ, ମଦନ ସାହୁ, ଖୁସିରାମ ଗଉଡ଼, ବବୃବାହାନ ହରପାଲ, ଦେବ ପଟେଲ, ଫାଲଗୁନି ସାହୁ, ଭଗବାନ ରାଉତ, ଚିତ୍ରସେନ ବେହେରା, ଉମାଶଙ୍କର ରାଜୁଙ୍କ ସମେତ ବିଜେପିର କର୍ମକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେପି ନେତା ଭାଗିରଥି ଧଙ୍ଗଡାମାଝୀ ପରିଚାଳନା କରିଥିଲେ।





