ଡିସେମ୍ବର ୭ ରେ ମହମ୍ମଦ ଅସଲମ୍ ସ୍ମୃତି ସମାରୋହ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ର ସୁନାମଧନ୍ୟ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସଭାପତି ବିଜୟ ସାହୁଙ୍କ ସଭାପତିତ୍ୱରେ ଭବାନୀପାଟଣା ସହର ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡିସେମ୍ବର ୭ ତାରିଖ ରବିବାର ଦିନ ଭବାନୀପାଟଣା ସହର ସ୍ଥିତ ଅମଲା ଭବନରେ ମହମ୍ମଦ ଅସଲମଙ୍କ ସ୍ମୃତିସଭା ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏକ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ମାଁ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ଯୁବ ସଂସ୍କାର ସଭା ଗୃହରେରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସମାରୋହରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ଚଳିତ ବର୍ଷର ରାଜ୍ୟ ସ୍ତରୀୟ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ୨୦୨୫ ଯୁବ ସାମ୍ବାଦିକା ଶତରୂପା ସାମନ୍ତରାୟଙ୍କୁ ପ୍ରଦାନ କରାଯିବ। ସେହିପରି ଭାବେ ସମାଜସେବା କ୍ଷେତ୍ରରେ ଲାଞ୍ଜିଗଡ ରୋଡ (ଆୟୁଷମାନ ଆରୋଗ୍ୟ ମନ୍ଦିର) ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ମୋହିତ କୁମାର ସାଙ୍କୁ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ-୨୦୨୫ ପ୍ରଦାନ କରାଯିବ। ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା, ଦୁଃଖୀଶ୍ୟାମ ପ୍ରଧାନ, ମନମୋହନ ପ୍ରଧାନ, ଅଜିତ ସିଂ, ବିକାଶ ଖେମକା, ବିକାଶ ଷଡଙ୍ଗୀ, ଶୁଭମ୍ ରୋହିଲା, ତାପସ ମହାନ୍ତି, ଦିବ୍ୟ ମହାପାତ୍ରଙ୍କ ସହ ସମାଜସେବୀ ଅଭିନାଶ ଠାକୁର, ଗିରିଧାରୀ ପାତ୍ର, ନରେଶ ଚୌଧୁରୀ, ରାଜେଶ ଦୀପ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.