ଗୁଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ସୋଲାର ଲାଇଟ ଚୋରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଗୁଣପୁର ପ୍ରାଥମିକ ବିଦ୍ୟାଳୟରୁ ଓ ରାଣିପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ରାତିରେ ସୋଲାର ଲାଇଟ ଚୋରି ହୋଇ ଥିବାର ପ୍ରଧାନ ଶିକ୍ଷକ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି।ବିଦ୍ୟାଳୟ ଗୁଡ଼ିକ ଗେଟରେ ତାଲା ପଡ଼ିଥିବା ବେଳେ ଦୃର୍ବୁତ୍ତ ମାନେ ପାଚେରୀ ଡେଇଁ ଗୁଣପୁର ପ୍ରାଥମିକ ବିଦ୍ୟାଳୟରୁ ଗୋଟିଏ ଓ ରାଣୀପଟା ବିଦ୍ୟାଳୟରୁ ଦୁଇଟି ନେବା ସହ ଗୁଣପୁର ଖେଳ ପଡିଆରୁ ମଧ୍ୟ ତିନୋଟି ସୋଲାର ଲାଇଟ ଚୋରୀ ହୋଇଥିବାର ଜଣା ପଡିଛି। ଏହି ଅଞ୍ଚଳରେ ଦିନକୁ ଦିନ ମଦୁଆ ଓ ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ଏଣୁ ଏହି ଅଞ୍ଚଳ ରେ ରାତିରେ ପୋଲିସ ପେଟ୍ରୋଲିଂ ପାଇଁ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.