ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ କରମତଲା ଗିରି ଗୋବର୍ଦ୍ଧନ ମନ୍ଦିରରେ ଗୀତା ଜୟନ୍ତୀ ସମାରୋହରେ ସମ୍ପନ୍ନ ହୋଇଯାଇଛି | ପଦ୍ମନ ବାଗ ସସ୍ତ୍ରୀକ କର୍ତ୍ତା ରହିଥିଲେ | ସୁଦାମ ଚରଣ ଶତପଥି, ଗୋବିନ୍ଦ ଶତପଥି, ଡମ୍ବରୁଧର ଶତପଥି ପୂଜନ ଓ ଯଜ୍ଞ ସଞ୍ଚାଳନ କରିଥିଲେ | ରାମକଥା ପ୍ରବଚକ ଲିଙ୍ଗରାଜ ବେହେରା ପ୍ରବଚନ ପ୍ରଦାନ କରିଥିଲେ | ସୁରଜମଲ ବାବା, ମୈନା ବାବା, ଶୈଳ ବାବା ଆଶୀର୍ବଚନ ପ୍ରଦାନ କରିଥିଲେ | ବ୍ଲକ ଯାଦବ ମହାସଭା ସଭାପତି ମନୋହର ବାଗଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜକିଶୋର ସିଂ ବୁଡ଼େକ, ବୈଜନାଥ ପୋଢ, ନିତେଇନନ୍ଦ ମହାକୁର, ସଂକୀର୍ତ୍ତନ ବଗର୍ତ୍ତୀ, ଲଳିତ ବାଗ, ଉଦ୍ଧବ ବର୍ଗେ, ସୁଦେବ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ |





