ଦଶମ ବୋର୍ଡ଼ ପରୀକ୍ଷା କେନ୍ଦ୍ରକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଛନକା

ଓଡ଼ିଆ ବାର୍ତ୍ତା/ ମୁନିଗୁଡା (ପଦ୍ମନ ଭତ୍ରା): ପାଖେଇ ଆସିଲାଣି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଏବେ ପରୀକ୍ଷା କେନ୍ଦ୍ର କେଉଁଠି ହେବ ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଛନକା ପଶିଲାଣି । ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ୱାଦଳା ମଙ୍ଗଳ ବିଭାଗୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାଟ୍ରିକ ପରୀକ୍ଷାର୍ଥୀ ମାନେ ଦୀର୍ଘ ବର୍ଷ ଧରି ବୋର୍ଡ଼ ପରୀକ୍ଷା ଦେବା ପାଇଁ ୫ କିଲୋମିଟର ପରିବର୍ତ୍ତେ ୨୫ କିଲୋମିଟର ଯିବା ଆସିବା କରି ମୁନିଗୁଡାରେ ବୋର୍ଡ଼ ପରୀକ୍ଷା ଦେବା ପାଇଁ ଯାଉଥିବା ନଜିର ରହିଛି । ଯାହାଫଳରେ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିଲା । ବାରମ୍ବାର ଉକ୍ତ ବିଷୟକୁ ନେଇ ଜିଲ୍ଲା ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରାଯିବା ସହ ଛାତ୍ର ଛାତ୍ରୀଙ୍କ ଅସୁବିଧା ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଉଥିଲା । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଗୋପରଞ୍ଜନ ସ୍ବାଇଁ ବିଦ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ଦୀର୍ଘ ୬୦ ଘଣ୍ଟା ଆମରଣ ଅନଶନରେ ବସିବା ପରେ ଚଳିତ ବର୍ଷ ଦଶମ ଶ୍ରେଣୀର ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ବସ ଯୋଗେ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ସହ ଆସନ୍ତା ବର୍ଷ ଅମ୍ୱାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରୁ ୫ କିଲୋମିଟର ବ୍ୟବଧାନ ଭିତରେ ମାଟ୍ରିକ ବୋର୍ଡ଼ ପରୀକ୍ଷା କେନ୍ଦ୍ର କରାଯିବା ନେଇ ଜିଲ୍ଲା ପ୍ରଶାସନ ଏକ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତି ମିଳି ଏକ ବର୍ଷ ବିତି ଯାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଖେଇ ଆସିଲାଣି କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ । କେନ୍ଦ୍ର କୁ ନେଇ ଛାତ୍ର ଛାତ୍ରୀ ମାନେ ସମ୍ପ୍ରତି ୫୦ କିଲୋମିଟର ଯିବା ଆସିବା ଚିନ୍ତାରେ ଛନକା ପଶିଯାଇଥିବା ଅଭିଭାବକ ମାନେ ଜଣାଇଛନ୍ତି । ତେବେ ଜିଲ୍ଲାପାଳଙ୍କ ଅମ୍ବାଦଳା ଗ୍ରସ୍ତ ସମୟରେ ଉକ୍ତ ବିଷୟକୁ ନେଇ ଅମ୍ବାଦଳା ଅଞ୍ଚଳର ବୁଦ୍ଧିଜୀବୀ ମାନେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି କି ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି କଂଗ୍ରେସ ସାଂସଦ ପ୍ରତିନିଧି ରଜନୀ କାନ୍ତ ପୋଡାଲ ଚେତାବନୀ ଦେଇଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.