ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ନିକଟସ୍ଥ ହାହା ପଡା ଠାରେ ବୁଧବାର ରାତ୍ରରେ ବନବାସୀ କଲ୍ୟାଣ ଆଶ୍ରମର ଜନ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଅଂଶକାଳୀନ ପ୍ରମୁଖ ସଦାନନ୍ଦ ମିର୍ଦ୍ଧା, ଜିଲ୍ଲା ଶ୍ରଦ୍ଧା ଜାଗରଣ ପ୍ରମୂଖ ରସରାଜ ବୁଡ଼େକଙ୍କ ତତ୍ତ୍ୱାବଧାନରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବିଭିନ୍ନ ପୁରାଣ, ରାମାୟଣ, ଗୀତାର ପ୍ରସଙ୍ଗ ଉପସ୍ଥାପନା ସହ ଭାରତୀୟ ସଂସ୍କୃତି, ପରମ୍ପରା, ଜୀବନ ମୂଲ୍ୟ ଆମ ସମସ୍ତଙ୍କୁ ଏକ କରି ରଖିବାରେ ସହାୟକ ହୋଇଛି ବୋଲି ବକ୍ତାଗଣ କହିଥିଲେ | ଶ୍ୟାମ ମିର୍ଦ୍ଧା, ସତ୍ୟବାନ ମିର୍ଦ୍ଧା, ମଧୁବନ ମିର୍ଦ୍ଧାଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ |





