ବାବା ସାହେବ ଆମ୍ବେଦକରଙ୍କୁ ମହାପରିନିର୍ବାଣ ଦିବସରେ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଆମ୍ବେଦକର ଯୁବକ ସଂଘଠାରେ ଶନିବାର ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ା ବିଆର ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଆମ୍ବେଦକର ଯୁବକ ସଂଘଠାରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ କ୍ଳବ୍ ର ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ ନିତି ଆଦର୍ଶରେ ଆଜିର ଯୁବ ପିଢ଼ି ଅନୁପ୍ରାଣିତ ହୋଇ ସମାଜରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭେଦ ଭାବ ଭୁଲି ସାମାଜିକ କାର୍ଯ୍ୟ କଲେ ସୁନ୍ଦର ଭାରତ ଗଠନ ହୋଇପାରିବ ବୋଲି ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ। ଶ୍ରଦ୍ଧାଞ୍ଜଳି ଅର୍ପଣ ସମୟରେ ଡା. ଭୀମାରାଓ ଯୁବକ ସଂଘର ସହ ସମ୍ପାଦକ ଗୁଲସନ କୁମାର ବାଗ, ନରହରି ସୁନା, ଗଜିନ୍ଦ୍ର ନାଗ, ଜିତେନ୍ଦ୍ର ନାଗ, ଧର୍ମୁ ଦୁର୍ଗା, ସୁରଜ ସୁନା, ରୁଦ୍ରପ୍ରସାଦ ଦୁର୍ଗା, ଯୁଗଳ ଦୁର୍ଗା, ତୁଳସୀ ଦୁର୍ଗା, ମନୋଜ ବେମାଲ, ସୁନୀଲ ନାଗ, ଦେବାଶିଷ ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.