ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡାରେ ଯୌତୁକ ଓ ସମ୍ବନ୍ଧିତ ହିଂସାକୁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଯୌତୁକ ନିଷେଧ ଆଇନ ୧୯୬୧ ବିଷୟରେ ଏକ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମାଜ ମଙ୍ଗଳ ଅଧିକାରୀ ରାୟଗଡା ଶ୍ରୀମତୀ ମିନତି ଦେଓଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇ ଯୌତୁକ ନିଷେଧ ଆଇନର ମୁଖ୍ୟ ବ୍ୟବସ୍ଥା ଓ ତାହାର କାର୍ଯ୍ୟକାରୀ ପ୍ରୟୋଗ ଉପରେ ଆଲୋଚନା କରାଯାଇଥିଲା । ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମାରାଣୀ ଦାସ,ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଶୈଳଜା ଦାସ,ଏସ. ଡି.ଆଇ.ପି.ଅର.ଓ ଦେବରାଜ ଟାକ୍ରୀ ଏବଂ ଜିଲ୍ଲା ସଂଯୋଜକ ସଂକଳ୍ପ ହବ୍ ଶ୍ରୀ ଦିବାକର ପରିଛା ଯୋଗଦେଇ ପ୍ରଶିକ୍ଷଣର ବିଭିନ୍ନ ପର୍ଯ୍ୟାୟକୁ ସଂଚାଳନ କରିଥିଲେ । ରିସୋର୍ସ ପର୍ସନ୍ ଭାବେ ଶ୍ରୀ ରବିନାରାୟଣ ଶତପଥୀ ଓକିଲ ଯୋଗଦେଇ ଅଭିଯୋଗ ଦାଖଲ ଚାର୍ଜସିଟ୍ ଓ ନ୍ୟାୟିକ ପ୍ରକ୍ରିୟା ସହିତ ଯୌତୁକ ନିଷେଧ ଆଇନର ବିଭିନ୍ନ ଆଇନଗତ ପ୍ରାସଙ୍ଗିକତା ବିଷୟରେ ବିବୃତି ଦେଇଥିଲେ । ଏକକ କେନ୍ଦ୍ର (One Stop Center), ଶକ୍ତି ସଦନ, ସଂକଳ୍ପ ହବ୍ ଭଳି ସଂସ୍ଥା ମାନଙ୍କ ମାଧ୍ୟମରେ ପୀଡ଼ିତାଙ୍କୁ ଆଶ୍ରୟ, ଚିକିତ୍ସା, ପରାମର୍ଶ ଓ ବିଧି ସାହାଯ୍ୟ ଯେପରି ଯୋଗାଇହେଉଛି ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ବିବାହ ପଞ୍ଜିକରଣ ଅଧିକାରୀ, ମହିଳା ଥାନା ଅଧିକାରୀ, ବିଭିନ୍ନ ଅନୁଷ୍ଠାନର ଧର୍ମଗୁରୁ,ଶିକ୍ଷକମାନେ ଶକ୍ତି ସଦନ କର୍ମକର୍ତ୍ତା, ସଂକଳ୍ପ ହବ୍ କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ ।





