କଲ୍ୟାଣସିଂହପୁର ବ୍ଲକରେ ଦୁଇଟି ଶିଶୁ ଘର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଆଜି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତ ଓ ସିଙ୍ଗାରୀ ପଞ୍ଚାୟତ ରେ ଆଜିମ୍ ପ୍ରେମ୍ ଜୀ ସହାୟତାରେ ପବ୍ଲିକ ହେଲତ୍ ରିସ୍ୱର୍ଚ୍ଚ ସୋସାଇଟି (PHRS) ତରଫରୁ ଦୁଇଟି ଶିଶୁ ଘର ଉଦ୍ଘାଟିତ ହୋଇଯାଇଛି | ଉଦ୍ଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ବ୍ଲକ (ଖ)ଜୋନ୍ ଜିଲ୍ଲା ପରିଷଦ ବୋମି ଗୌରୀ ଦେବୀ ଙ୍କ ପ୍ରତିନିଧି ବୋମି ମାଧବ ରାଓ,ସମ୍ମାନିୟ ଅତିଥି ଭାବେ ସୁନାଖଣ୍ଡି ସରପଞ୍ଚ ସଞ୍ଜୟ ନିସିକା ଙ୍କ ଉପସ୍ଥିତିରେ ଟିକରପଡ଼ା ଗ୍ରାମରେ ଶୁଭ ଉଦଘାଟନ କରି ବନିତା ନାଗ ଏବଂ ବାସନ୍ତୀ ହିକକା ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା | ଏଠାରେ ସୋସାଇଟିର ପ୍ରକଳ୍ପ ପରିଚାଳକ ଡ଼ଃ ଅଜୟ କୁମାର ମେହେର,ଏମ ଆଇ ସି ପରିଦର୍ଶକ ଦେବଦତ୍ତ,ପ୍ରକଳ୍ପ ସଂସ୍ଥାପକ ନିରଜ ଶ୍ରୀବାସ୍ତବ,ସୁରକ୍ଷା ପରିଚାଳକ ଶ୍ରୀନିବାସ ରାଓ,କ୍ଷେତ୍ରସ୍ତରୀୟ ପରିଦର୍ଶକ ବେଣୁଧର ସୂଚେନ୍, ପରିଦର୍ଶିକା ଏମି ପାଣି,ସୁପରଭାଇଜର ରାଜେଶ ଦିଗାଲ,ବବଲୁ ଏକା, ସୁଶୀଳା କନ୍ଧପାଣି,ଲକ୍ଷ୍ମୀ କାଡ୍ରାକା ଉପସ୍ଥିତ ରହିଥିଲେ | ଏହାପରେ ସିଙ୍ଗାରୀ ପଞ୍ଚାୟତ ସଦର ଗ୍ରାମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଅମ୍ରିତା କାଡ୍ରାକା ଏବଂ ସମ୍ମାନିୟ ଅତିଥି ଭାବେ ସରପଞ୍ଚ ନାଲା ପ୍ରେପାକା ଙ୍କ ଉପସ୍ଥିତି ରେ ଦୀପାଞ୍ଜଳି ଦଣ୍ଡସେନା ଓ ଜନନୀ ପ୍ରଧାନୀ ଙ୍କୁ ଦାୟିତ୍ୱ ଭାର ଅର୍ପଣ କରିଥିଲେ | ଏହି ଉଦ୍ଘାଟନି ଉତ୍ସବ ପରିପେକ୍ଷୀରେ ପ୍ରକଳ୍ପ ପରିଚାଳକ ଶିଶୁ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିମିତ୍ତ ଶାରୀରିକ,ମାନସିକ ଓ ଭୌତିକ ବିକାଶ ନିମନ୍ତେ ଉନ୍ନତ ମାନର ଖାଦ୍ୟ ପ୍ରଦାନ ପାଇଁ ଏକ ବିରାଟ ପ୍ରୟାସ ଏହି ପ୍ରୟାସରେ ଗ୍ରାମାଞ୍ଚଳର କୁନି କୁନି ଶିଶୁ ମାନଙ୍କୁ ରକ୍ତ ହୀନତାରୁ ରୋକାଯାଇ କୁପୋଷଣରୁ ମୁକ୍ତି କରିପାରିବା ବୋଲି ଉପସ୍ଥିତ ଜନସାଧାରଣ ଓ ଅତିଥି ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ | ଅତିଥି ମାନେ ଏହି ପ୍ରୟାସକୁ ସ୍ୱାଗତ ଜଣାଇବା ସହ ଜାରୀ ରଖିଥିବା ସୋସାଇଟିର କର୍ମକର୍ତ୍ତାଙ୍କୁ ସାଧୁବାଦ ଅର୍ପଣ କରିଥିଲେ | ଶେଷ ପର୍ଯ୍ୟୟରେ ସୋସାଇଟିର ସୁପରଭାଇଜର ରାଜେଶ ଦିଗାଲ ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମ୍ପନ୍ନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.