ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇନ୍ଦିରା ଗାନ୍ଧୀ ମୁକ୍ତବିଶ୍ୱବିଦ୍ୟାଳୟ ତରଫରୁ ପ୍ରାରମ୍ଭ ପରାମର୍ଶ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅବସ୍ଥିତ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧ୍ୟୟନ କେନ୍ଦ୍ର (୪୪୦୩୪)ରେ ଶିକ୍ଷାର୍ଥୀ ମାନଙ୍କ ପାଇଁ ପ୍ରାରମ୍ଭ ପରାମର୍ଶ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଇଗ୍ନୋ ସଂଯୋଜିକା ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଇଗ୍ନୋ ସହ ସଂଯୋଜିକା ଅଧ୍ୟାପିକା କେ. ନିବେଦିତା ଆଚାର୍ଯ୍ୟ, ବିଶେଷ ଅତିଥି ଭାବରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼. ରଣବୀର ସିଂହ ପ୍ରମୁଖ ମଂଚାସୀନ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପ୍ରଶ୍ନ-ଉତ୍ତର ଅଧିବେଶନ ସହ ଛାତ୍ରଛାତ୍ରୀ ମାନଙ୍କୁ ମୁକ୍ତ ବିଶ୍ୱବିଦ୍ୟାଳୟର ଶିକ୍ଷାର ବିଭିନ୍ନ ଦିଗ ଉପରେ ଅବଗତ କରାଯାଇଥିଲା l ଛାତ୍ରଛାତ୍ରୀ ମାନେ ମଧ୍ୟ ଶିକ୍ଷାର ବିଭିନ୍ନ ପ୍ରକାର ବିଷୟ ବସ୍ତୁ ଉପରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପରାମର୍ଶ ନେଇଥିଲେ l ଉକ୍ତ କାର୍ଯ୍ୟକ୍ରରେ ମୁକ୍ତ ବିଶ୍ୱବିଦ୍ୟାଳର କର୍ମଚାରୀ ଯଥା ଦୁର୍ଲଭ ବେହେରା, ରାଜ କପୁର ବାରିକ, ରାଜିନ କରୁଆଁ, ବିବେକାନନ୍ଦ ପ୍ରଧାନୀ ତଥା ୩୦୦ରୁ ଉର୍ଦ୍ଧ୍ଵ ଶିକ୍ଷାର୍ଥଙ୍କ ଉପସ୍ଥିତିରେ ବ୍ୟବସ୍ଥିତ ଭାବରେ କାର୍ଯ୍ୟକ୍ରମ ସଫଳ ହେଇଥିଲା l ଶେଷରେ ଅଧ୍ୟାପିକା କେ. ନିବେଦିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.