ହିଲ୍ ଟାଉନ୍ ସିଭିଲ ସୋସାଇଟିର ମିନି ମାରାଥନ ୨୦୨୫

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ବର୍ତ୍ତମାନ ସମୟ ପାଇଁ ପରିବେଶ ସୁରକ୍ଷା ଏକ ଅତ୍ୟାବଶ୍ୟକ ଆବଶ୍ୟକତା ହୋଇପଡିଛି। ସେଥିପାଇଁ ପୃଥିବୀର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନର ଆବଶ୍ୟକତା ରହିଛି। ତେଣୁ ଆମେ ସମସ୍ତେ ନିଜର ଜୀବନଶୈଳୀରେ ତାହା ପ୍ରତିଫଳିତ କରିବାକୁ ପଡ଼ିବ। ଏଥିପାଇଁ ସ୍ୱଦେଶୀ ବ୍ୟବହାର କରିବା ସହ ପରିବେଶ ଓ ଦେଶକୁ ସମୃଦ୍ଧ କରିବାର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମିନି ମାରାଥନ ଅବସରରେ ମତପ୍ରକାଶ କରିଛନ୍ତି। ସ୍ଥାନୀୟ ହିଲ୍ ଟାଉନ୍ ରୋଡରେ ହିଲ୍ ଟାଉନ୍ ସିଭିଲ ସୋସାଇଟିର ମିନି ମାରାଥନ୍ ୨୦୨୫ ଆୟୋଜିତ ହୋଇଯାଇଛି। କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏହାକୁ ଉଦଘାଟନ କରିଥିଲେ। ସ୍ୱଦେଶୀ ବ୍ୟବହାର କରନ୍ତୁ, ଦେଶକୁ ସମୃଦ୍ଧ କରନ୍ତୁ, ଏହି ବାର୍ତ୍ତା ନେଇ ମାରାଥନ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶଚନ୍ଦ୍ର ପାଢ଼ୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ରୁପେଶ କୁମାର ହୋତା, ସିଡିଏମଓ ଡା ନୀହରେନ୍ଦ୍ର ପଣ୍ଡା, ,ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ ଓ ଦେବେନ୍ଦ୍ର କୁମାର ବିଶି ଯୋଗ ଦେଇଥିଲେ। ସୋସାଇଟିର ସମ୍ପାଦକ ଜିତେନ୍ଦ୍ର କୁମାର ମୁଣ୍ଡ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହିତ ମାରାଥନର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ସୋସାଇଟିର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲାl ଏହି ମାରାଥନ୍ ପ୍ରତିଯୋଗିତା ହିଲ୍ ଟାଉନ୍ ଲେନ ନମ୍ବର ୪ ଠାରୁ ଆରମ୍ଭ ହୋଇ ସିଆରପିଏଫ କେମ୍ପ୍ ପର୍ଯ୍ୟନ୍ତ ଯାଇ ପୁଣି ଲେନ ୪ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରି ସମ୍ପୂର୍ଣ୍ଣ କରାଯାଇଥିଲା। ଜିଲ୍ଲାର ବରିଷ୍ଠ ଖେଳ ଶିକ୍ଷକ ସୁବାସ ବାଗ, କୁନମୁନ୍ ଦାସ ତଥା ଅନ୍ୟ ସଦସ୍ୟ ମାନେ କାର୍ଯ୍ୟ ସମ୍ପାଦନ କରିଥିଲେ । ଲେନ ୪ ପଶ୍ଚିମ ନିବାସୀ ପ୍ରତ୍ୟୁଷ ମୁଣ୍ଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବିଜୟୀ ପ୍ରତିଯୋଗୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ହିଲ୍ ଟାଉନ୍ ସିଭିଲ ସୋସାଇଟିର ସମସ୍ତ ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.