ନୂତନ ଭାବେ ‘ମିଡିଆ କ୍ଳବ ଜୁନାଗଡ଼’ ଗଠିତ: ଆଦିତ୍ୟ ମହାନ୍ତି ସଭାପତି, ବିଜୟ ଦଣ୍ଡସେନା ସାଧାରଣ ସମ୍ପାଦକ ମନୋନୀତ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ସ୍ଥାନୀୟ ଆର.ଏମ.ସି କନଫରେନ୍ସ ହଲ ଠାରେ ଜୁନାଗଡ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସମୂହ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜୁନାଗଡ ବ୍ଲକର କୋଣାନୁକୋଣରୁ ୨୫ ଜଣ ସାମ୍ବାଦିକ ଯୋଗଦେଇଥିଲେ । ଏହି ବୈଠକରେ ସାମ୍ବାଦିକଙ୍କୁ ନେଇ ଏକ ସଙ୍ଘ ଗଠନ ଏବ୍ଂ ସଂଘର  ନାମ ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ପ୍ରସ୍ତାବ ଦେଇଥିଲେ l ଏବ୍ଂ ଏହି ପ୍ରସ୍ତାବ ଅନୁଯାଇ ନୂତନ ସଂଘର ନାମ ‘ମିଡିଆ କ୍ଲବ ଜୁନାଗଡ’ ଦିଆଯାଇ ଏହାର ଉନ୍ମୋଚନ କରାଯାଇଥିଲା ।  ଏହି ନୂତନ ସଂଘର ଉପଦେଷ୍ଟା ଭାବେ ପ୍ରଶାନ୍ତ ପଣ୍ଡା, ଦେବେନ୍ଦ୍ର ବିଶି, ଉତ୍ତମ୍ ଦାଶ ଓ ମୁକେଶ ଅଗ୍ରୱାଲ ମନୋନୀତ ହୋଇଥିଲେ । ଏହାପରେ ସଂଘର ପଦାଧିକାରୀ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l ସଭାପତି ଭାବେ ଆଦିତ୍ୟ ପ୍ରସାଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାବେ ଦୁର୍ଯ୍ୟୋଧନ ମାଝୀ, ଉପ ସଭାପତି ଭାବେ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବେ ବିଜୟ ଭୁଷଣ ଦଣ୍ଡସେନା, ସହ ସମ୍ପାଦକ ଭାବେ ବାଲେଶ୍ଵର ସୁନାନୀ, କୋଷାଧ୍ୟକ୍ଷ ଭାବେ ସ୍ବାସ୍ତିଦୀପ ଆଦିତ୍ୟ ପ୍ରମୁଖଙ୍କୁ ଚୟନ କରାଯାଇଥିଲା l ଏହି ବୈଠକକୁ ବରିଷ୍ଟ ସାମ୍ବାଦିକ ମୁକେଶ୍ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ଦୁର୍ଯ୍ୟୋଧନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ବରିଷ୍ଟ ସାମ୍ବାଦିକ ଉତ୍ତମ୍ ଦାଶ ସମସ୍ତ ସଦସ୍ୟ କିପରି ଏକଜୁଟ ହୋଇ ସଂଘକୁ ମଜବୁତ କରିବା ନେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି ଏହି ସଂଘ ଏକ ଶକ୍ତିଶାଳୀ ସଂଘ ହେବ ବୋଲି ପରିପ୍ରକାଶ କରିଥିଲେ । ଏହି ଅବସରରେ ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ସଂଘଠନର ଆଗାମୀ କାର୍ଯ୍ୟପଦ୍ଧତି ବିଷୟରେ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ । ସଭାରେ ଉପସ୍ଥିତ ସମସ୍ତ ସାମ୍ବାଦିକମାନେ ଏହି ସଂଘ ଜୁନାଗଡର ସାମ୍ବାଦିକ ମହଳ ପାଇଁ ଏକ ସୁଦୃଢ଼ ମଞ୍ଚ ଭାବେ ପରିଗଣିତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.