ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଗାଁରେ ଆମ୍ବେଦକର କ୍ଳବ ଆନୁକୂଲ୍ୟରେ ଭାରତ ରତ୍ନ ସମ୍ବିଧାନ ପ୍ରଣେତା ଡ଼ଃ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଦୁଇ ଦିନ ଧରି ପାଳିତ ହୋଇଛି | ଶନିବାର ମୋତିରାମ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଳଦେବ କୁମ୍ଭାର ମୁଖ୍ୟ ଅତିଥି, ରାଜକୁମର କଲେତ, ଶିକ୍ଷାବିତ ମୀନକେତନ କଲେତ, ସିଆରସିସି ମନ୍ଧର ଦୀପ, ସୁରେନ୍ଦ୍ର କଲେତ, ପରମା ହରପାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଯୋଗେନ୍ଦ୍ର ବାଗ ସଭା ସଂଯୋଜନା କରିଥିଲେ | ରବିବାର ରାତ୍ରରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ବଳଦେବ କୁମ୍ଭାର, ଜନନୀ ଦୀପ, ସସ୍ମିତା ଦୀପ, ଜସ୍ମିନ ବାଗ ଅତିଥି ଭାବେ ଯୋଗଦେଇ କୃତି ନୃତ୍ୟଶିଳ୍ପୀଙ୍କୁ ପୁରସ୍କୃତ କରିଥିଲେ | ରଶ୍ମିତା ଦୀପ ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ନବୀନ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ |





