ଗରମ ପାଣି ପଡ଼ି ଯୁବକ ଗୁରୁତର: ଅର୍ଥାଭାବରୁ ହୋଇପାରୁନାହିଁ ଉତ୍ତମ ଚିକିତ୍ସା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଆମପାଣି ଗ୍ରାମ ପଞ୍ଚାୟତ କନ୍ଦାଗଡ ଟିକ୍ରାପଡାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା l ଏହି ଗ୍ରାମର ଯୁବକ ଘନଶ୍ୟାମ ମାଝୀ (୩୮) ଗାଧୋଇବା ପାଇଁ ଗରମ ପାଣି ନେଉଥିବା ବେଳେ ଅସାବଧାନତା ଯୋଗୁଁ ତାହା ମୁହଁ, ହାତ ଓ ଗୋଡ଼ରେ ପଡ଼ିବାରୁ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଭବାନୀପାଟଣା ମେଡିକାଲରେ ଚିକିତ୍ସାପରେ ଅବସ୍ଥା ଜଟିଳ ଥିବାରୁ ଘନଶ୍ୟାମଙ୍କୁ ବୁର୍ଲା ମେଡ଼ିକାଲ ରେଫର କରାଯାଇଥିଲା। ତେବେ ଘନଶ୍ୟାମଙ୍କ ପରିବାର ଗରିବ ଶ୍ରେଣୀର ହେଇଥିବାରୁ ଅର୍ଥ ଅଭାବ ଯୋଗୁଁ ବୁର୍ଲା ମେଡ଼ିକାଲ ନେଇ ନପାରି ଘରକୁ ଫେରାଇ ଆଣିଛନ୍ତି। ଘନଶ୍ୟାମଙ୍କ ମୁହଁ, ହାତ ଓ ଗୋଡ଼ରେ ଗରମ ପାଣି ପଡ଼ି ପ୍ରାୟ ୪୦ ପ୍ରତିଶତ ପୋଡ଼ି ଯାଇଛି। ବର୍ତ୍ତମାନ ସେ ଘରେ ଗୁରୁତର ଅବସ୍ଥାରେ ପଡ଼ି ରହି କଷ୍ଟ ଭୋଗୁଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ଏହି ଗରିବ ପରିବାରକୁ ଚିକିତ୍ସା ସହାୟତା କରିବା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.