ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜେପୁର ଥାନା ଅଞ୍ଚଳର ପୁଣି ଜଣେ ଆଦିବାସୀ ମହିଳା (୩୭)ଙ୍କୁ ଲାଞ୍ଜିଗଡ଼ ବ୍ଳକ ପାହାଡ଼ପଦର ପଞ୍ଚାୟତ କାଞ୍ଚନ ମୁଖି ଗାଁର ମାନ ମାଝୀ (୩୮) ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ ଅଭିଯୁକ୍ତ ମାନ ମାଝୀ ଉକ୍ତ ଗାଁର ଗାଁସାଥି ରହି ମନରେଗା କାମ ଦେଖାରେଖା କରୁଥିବା ବେଳେ ପୀଡ଼ିତା ମହିଳା ମଧ୍ୟ ସେହି ମନରେଗା କାମ କରି ଆସୁଥିଲେ। ଗତ ବୁଧବାର ଦିନ ମହିଳାଙ୍କ ଜମାବହିରେ ମନରେଗା ଟଙ୍କା ଜମା ହୋଇଛି କହି ଟଙ୍କା ଉଠାଇବା ପାଇଁ ନିଜ ବାଇକ ଯୋଗେ ମହିଳାଙ୍କୁ ନିକଟସ୍ଥ ବ୍ୟାଙ୍କକୁ ନେଇଥିଲେ। ବ୍ୟାଙ୍କରେ ଜମା ଖାତା ଯାଞ୍ଚ କଲାପରେ ଜମା ଖାତାରେ କୌଣସି ଟଙ୍କା ପଡ଼ି ନଥିବାରୁ ବ୍ୟାଙ୍କ ଠାରୁ ପାନପଦାର-ପୁଞ୍ଜାମ ରାସ୍ତା ଦେଇ ଘରକୁ ଫେରିବା ସମୟରେ ଅଧବାଟ ପୁଞ୍ଜାମ ଜଙ୍ଗଲରେ ମିଠା ଖାଇବା ଓ ପାଣି ପିଇବା ବାହାନା କରି ବାଇକ ଅଟକାଇ ବଳପୂର୍ବକ ଉଠାଇ ନେଇଁ ଦୁଷ୍କର୍ମ ସହିତ ଏହିକଥା କାହାକୁ କହିବୁ ତାହା ହେଲେ ଜୀବନରେ ମାରିଦେବି ବୋଲି ଧମକ ଚମକ ଦେଇଥିବା ଅଭିଯୋଗ ଆଣିଛନ୍ତି ମହିଳା। ମହିଳା ଜଣକ ପ୍ରାଣ ବିକଳରେ କଳେବଳେ କୌଶଳେ ସେଠାରୁ ପୁଞ୍ଜାମ ଗାଁକୁ ଆସି ସମ୍ପର୍କୀୟଙ୍କ ସାହାଯ୍ୟରେ ଘରକୁ ଆସିଥିଲେ। ଏନେଇ ମହିଳା ଜଣଙ୍କ ନ୍ୟାୟ ପାଇଁ ବିଜେପୁର ଥାନାର ଦ୍ବାରସ୍ଥ ହୋଇ ଶୁକ୍ରବାର ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗର ୪ଦିନ ପରେବି ପୋଲିସ ପକ୍ଷରୁ କୌଣସି ତଦନ୍ତ ହୋଇ ନଥିବା ପୀଡିତା ଅଭିଯୋଗ ଆଣିଛନ୍ତି। ତେବେ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆ ନଗଲେ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଇଛନ୍ତି ପିଡିତା। ଏନେଇ ବିଜେପୁର ପୋଲିସ ଏସ୍ଆଇ ଶ୍ୟାମ କୁଲସିକାଙ୍କୁ ପଚାରିବାରୁ ଆମ ଥାନା ଅଧିକାରୀ ନିଳାମ୍ବର ଯାନୀ ଛୁଟିରେ ଅଛନ୍ତି। ଲାଞ୍ଜିଗଡ଼ ଥାନା ଅଧିକାରୀଙ୍କୁ ବିଜେପୁର ଥାନା ଦାୟିତ୍ବରେ ଅଛନ୍ତି। କେସ ରୁଜୁ ହୋଇନାହିଁ। ଆସନ୍ତାକାଲି କେଶ୍ ରୁଜୁ ହେବ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.