ଅନ ଲାଇନ୍ ସାଇବର୍ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସାଇବର୍ ସୁରକ୍ଷା ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ମିନତି ଦେଓ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଏନ.ଆଇ.ସିର ଯୁଗ୍ମ ନିର୍ଦେଶକ ଗୁନସେଖର ମିଥେଟି, ସମ୍ମାନିତ ଅତିଥି ଭାବେ ଚାନ୍ଦିଲି ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ହେଚ୍ ଆର ପରିଚାଳକ ଶ୍ରୀ ରାଜେଶ ପାଣିଗ୍ରାହୀ ଯୋଗ ଦେଇଥିଲେ | ଜିଲ୍ଲା ଆଇନ ସେବା ପ୍ରାଧିକରଣରୁ ବରିଷ୍ଟ ଓକିଲ ଶ୍ରୀ ରବି ନାରାୟଣ ଶତପଥୀ ମଞ୍ଚାସିନ ରହିଥିଲେ | ସ୍ଵାଗତ ଭାଷଣରେ ଶ୍ରୀମତୀ ଦେଓ କହିଥିଲେ ଆଜିର ଅନ୍ ଲାଇନ୍ ଯୁଗରେ ଟିକେ ଅସତର୍କ ରହିଲେ ନିଜର ସମ୍ପତି ସହ ସମ୍ମାନ ହାନି ହେବାର ସମ୍ଭାବନା ଅଧିକ ରହିଛି । ମୁଖ୍ୟ ଅତିଥି ସାଇବର ଅପରାଧର ଶିକାର ନହେବାର ଉପାୟ ଗୁଡ଼ିକ କହିଥିଲେ । ଗଣମାଧ୍ୟମର ଉପକାରିତା ଅପକାରିତା ଉପରେ ଧ୍ୟାନ ଦେବାକୁ କହିଥିଲେ । ସମ୍ମାନିତ ଅତିଥି ଅନଲାଇନ୍ ସୁରକ୍ଷା କଣ, କଣ କରିବା ଓ କଣ ନ କରିବା ଉଚିତ୍, ସାଇବର ଅପରାଧ କଣ,କେଉଁ ଆପ୍ ଡାଉନ୍ ଲୋଡ୍ କରିବେ ନାହିଁ, କେଉଁ ସାଇଟ୍ ଜମା ଖୋଲିବେ ନାହିଁ ବୋଲି ବୁଝାଇଥିଲେ । ସାଇବର ଅପରାଧ ର ପ୍ରକାର ଭେଦ, ଗଣମାଧ୍ୟମ ରେ ଅଧିକ ଫଟୋ, ଭିଡିଓ, ବ୍ୟକ୍ତି ଗତ ତଥ୍ୟ ଦେଲେ କଣ ହେଇପାରେ ବୋଲି ବୁଝାଇଥିଲେ । ଅନ୍ୟତମ ଅତିଥି ନିଜର ଟଙ୍କା କିପରି ସୁରକ୍ଷିତ ରଖିବେ, ଆକାଉଣ୍ଟ ନମ୍ବର, ଓ ଟି ପି, ଆଧାର ନମ୍ବର, ବ୍ୟକ୍ତିଗତ ତଥ୍ୟ, କେଉଁ ସ୍ଥାନରେ ଅଛନ୍ତି ଇତ୍ୟାଦି କାହାକୁ ନ ଦେବାକୁ ବୁଝାଇଥିଲେ । ବରିଷ୍ଟ ଓକିଲ ସାଇବର ଅପରାଧ ର ଆଇନ ଓ ଏହାର ଦଣ୍ଡ ବିଧାନ, ସାଇବର ଶିକାର ହେଲେ କଣ କରିବେ ତାକୁ ନେଇ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ଦାସ, ଉମେନ୍ ହବ୍ ର ସାଏଦ ସଲିମ୍, ଶ୍ରୀକାନ୍ତ ପଣ୍ଡା, ଆଶିଷ ନାୟକ, ଡି ସୁଧୀର, ନାରୀ ଅଦାଲତ ର ନ୍ୟାୟ ସଖୀ, ଓଏସସିର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲ ଓ କଲେଜ ର ଛାତ୍ରୀ ମାନେ ଯୋଗ ଦେଇଥିଲେ । କର୍ମଶାଳାରେ ଚାରି ଜଣ କୃତି କିଶୋରୀ ବାଳିକାଙ୍କୁ ଏକ ହଜାର ଟଙ୍କା ନଗଦ ଅର୍ଥ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସଂଯୋଜକ ଦିବାକର ପରିଛା କାର୍ଯ୍ୟକ୍ରମ ସଞ୍ଚାଳନ କରିବା ବେଳେ ଉମେନ୍ ହବ୍ ର ସାଏଦ ସଲିମ୍ ଧନ୍ୟବାଦ୍ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.