ନର୍ଲା ନିର୍ବାଚନ ମଣ୍ଡଳୀରେ ଡାକ୍ତର ପଦବୀ ପୂରଣ ନେଇ ଦାବି ଉଠାଇଲେ ବିଧାୟିକା ମନୋରମା ମହାନ୍ତି 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟିକା ମନୋରମା ମହାନ୍ତି ବିଧାନସଭାର ଶୂନ୍ୟ କାଳରେ ଡାକ୍ତର ପଦବୀ ପୂରଣ ନେଇ ଦାବି ଉଠାଇଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଶାନ୍ତପୁର, ତୁଳାପଡା ଓ ଭଟାପଲା ଠାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ସେ ପୂର୍ବରୁ ଦାବିକରି ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ, ଯାହାକୁ ନେଇ ବିଧାୟିକା ସରକାରଙ୍କୁ ସମାଲୋଚନା କରିଥିଲେ। ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ୪ ଗୋଟି ବ୍ଲକରେ ଥିବା ଡାକ୍ତରଖାନା ମାନଙ୍କରେ ଅନେକ ଡାକ୍ତର ପଦବୀ ଖାଲି ପଡ଼ିଛି, ତେଣୁ ଡାକ୍ତର ପଦବୀ ପୂରଣ ପାଇଁ ଦାବି କରିଥିଲେ ବିଧାୟିକା ମନୋରମା ମହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.