ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ବ୍ଲକ ସଦର ମହକୁମା ସ୍ଥିତ ରଥ ପଡ଼ିଆରେ ରାୟଗଡ଼ା ଜିଲ୍ଲାର ଲୋକ ମହୋତ୍ସବ “ଚଇତି-୨୦୨୫” ପାଳିତ ହୋଇଯାଇଛି। ମଙ୍ଗଳବାର ସକାଳେ କଲ୍ୟାଣସିଂହପୁର ସଦର କଲ୍ୟାଣୀ ଓ ନାଗାବଳି ସଙ୍ଗମ ସ୍ଥଳରୁ ଦେବ ଦେବ ମହାଦେବ ଙ୍କ ପାର୍ଶ୍ୱ ଦେଇ ବୋହି ଯାଉଥିବା ନଦୀ ରୁ ପୂଜାର୍ଚ୍ଚନା କରିବା ପରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କଳସ ଶୋଭାଯାତ୍ରା ରେ ୧୪ ଗୋଟି ପଞ୍ଚାୟତରୁ ଯୋଗ ଦେଇଥିବା ସାଂସ୍କୃତିକ ଦଳ ସହ ବ୍ଲକ ସ୍ତରର ସମସ୍ତ କର୍ମଚାରୀ ସାମିଲ ହୋଇଥିବା ବେଳେ ବିରାଟ ପଟୁଆରରେ ପାରମ୍ପରିକ ବାଦ୍ୟଯନ୍ତ୍ର ମାଧ୍ୟମରେ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ରଥ ପଡ଼ିଆରେ ତିଆରି କରାଯାଇଥିବା ଅସ୍ଥାୟୀ “ଚଇତି” ମଣ୍ଡପରେ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ମଣ୍ଡପରେ ଉପସ୍ଥିତ ଅତିଥି ବୃନ୍ଦ ଯଥା ଜିଲ୍ଲା କଳା ଓ ସଂସ୍କୃତି ଉପ ସଭାପତି ସନ୍ତୋଷ କୁମାର ବଛା, କୋରାପୁଟ ସାଂସଦଙ୍କ ବ୍ଲକ ପ୍ରତିନିଧି କୁମାର ସ୍ୱାମି କୌଶଲ୍ୟା, ବିଷମକଟକ ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ ନନ୍ଦ କୌଶଲ୍ୟା, (କ) ଜୋନ୍ ଜିଲ୍ଲା ପରିଷଦ ଶ୍ରୀ ବି.ଭି. ପ୍ରସାଦ ରାଓ, ଡ୍ରାଇଭର ସଙ୍ଘ ସଭାପତି ଗଜେନ୍ଦ୍ର ଗରଡ଼ିଆ, ଡ଼ମ୍ ସମାଜ ସଭାପତି ଜାଗାମ୍ ବେନିଆ, କନ୍ଧ କୁଳ ସମାଜ ସଭାପତି ଯୋଗେନ୍ଦ୍ର ୱାଡାକ, ଥାନା ଅଧିକାରୀ ନୀଳକଣ୍ଠ ବେହେରା, ସମାଜ ସେବୀ ସି ଏଚ୍ ନାଗେଶ୍ୱର ରାଓ, ଯୁବ ସମାଜସେବୀ ବିଜେପି ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ କରକମଳରେ ପୂଜାର୍ଚ୍ଚନା କରିବା ପରେ ମଞ୍ଚ ପରିଚାଳକ ଶ୍ରୀଧର ପଟ୍ଟନାୟକ ପରିଚୟ ପ୍ରଦାନ ପୂର୍ବକ ସ୍ଥାନୀୟ ପ୍ରଶାସନିକ ସ୍ତରୀୟ ସମ୍ବର୍ଦ୍ଧିତ କରିଥିଲେ | କାର୍ଯ୍ୟକ୍ରମର ମୁଖ୍ୟ ବିଡ଼ିଓ ଓ ସ୍ଥାନୀୟ ତହସିଲଦାର ନିଜ ନିଜର ସ୍ୱାଗତ ଅଭିଭାଷଣ ରଖିଥିଲେ | ଏହା ପରେ ଜିଲ୍ଲା କଳା ଓ ସଂସ୍କୃତି ଉପ ସଭାପତି ସନ୍ତୋଷ କୁମାର ବଛା ନିଜର କଳା ସଂସ୍କୃତିକୁ ରାଜ୍ୟର ପୂର୍ବ ଏବଂ ବର୍ତ୍ତମାନର ସରକାର କିଭଳି ପ୍ରତ୍ସାହନ କରୁଛନ୍ତି ତାହାକୁ ନେଇ ନିଜର ଅଭିଭାଷଣ ରଖିଥିଲେ | ଏହା ପରେ ସଂଗୀତର ସ୍ବରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା |କାର୍ଯ୍ୟକ୍ରମ ଆରମ୍ଭର କିଛି ସମୟ ପରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝି ସମ୍ମାନିତ ଅତିଥି ରାଷ୍ଟ୍ରୀୟ ଆଦିବାସୀ ମହାସଙ୍ଗ ସମାଜ ସେବୀ କାଳିରାମ ମାଝି ଆସି ପହଞ୍ଚିଥିଲେ | ସେ ମାନଙ୍କୁ ବିଡ଼ିଓ ପାଛୋଟି ମଣ୍ଡପ ନିକଟକୁ ନେଇଥିଲେ ଏହି ସମୟରେ ମଞ୍ଚ ପରିଚାଳକ ଶ୍ରୀଧର ପଟ୍ଟନାୟକ ପରିଚୟ ପ୍ରଦାନ ପୂର୍ବକ ସ୍ଥାନୀୟ ପ୍ରଶାସନିକ ସ୍ତରୀୟ ସମ୍ବର୍ଦ୍ଧିତ ପରେ ବ୍ଲକର ବିଭିନ୍ନ ବିଭାଗ ଦ୍ୱାରା ଖୋଲାଯାଇଥିବା ଷ୍ଟାଲ ଗୁଡ଼ିକ ବୁଲି ଦେଖିଥିଲେ | ପରେ ପରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପ୍ରତିଭା ପ୍ରତିପାଦନ କରିଥିବା କଣ୍ଟ ଶିଳ୍ପୀ ଓ ନୃତ୍ୟ ଶିଳ୍ପୀ ମାନଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା |ଏହି ଅବସରରେ କୁଇ ମେଲୋଡି ଦର୍ଶକ ଙ୍କ ମନକୁ ବିଭୋର କରିଥିଲା |କାର୍ଯ୍ୟକ୍ରମ କୁ ବ୍ଲକର ସମସ୍ତ କର୍ମଚାରୀଙ୍କ ସହ ସମସ୍ତ ଏ.ଡି.ଓ,ଏମ୍ ବି.କେ,ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କୁ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ଓ ସ୍ଥାନୀୟ ଅଗ୍ନିଶମ ବାହିନୀ ଅପାତଃ କାଳୀନ ସେବାରେ ନିୟଜିତ ରହିଥିଲେ। ଶ୍ରୀଧର ପଟ୍ଟନାୟକ, ସଂଗ୍ରାମ ସିଂ ମଞ୍ଚ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ।




