ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଲେ ବାଲିଗୁଡା ବିଧାୟକ ଏବଂ ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି 

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ବାଳକୃଷ୍ଣ ଚର୍ଚ୍ଚି): ଗରିବଙ୍କ ଭରସା, ଅସହାୟଙ୍କ ସାଥି ପ୍ରମୋଦ କୁମାର ସାହୁ ପୁଣି ଥରେ ଜଣେ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ତୁମୁଡିବନ୍ଧ ବ୍ଲକ ଗୁମା ପଞ୍ଚାୟତର ନକୁଳ ପାତ୍ର ଦୀର୍ଘ ଦିନ ଧରି ଅଜଣା ରୋଗରେ ପୀଡିତ ହେଉଥିଲେ। ପରିବାର ଲୋକେ ଡାକ୍ତରୀ ଚିକିତ୍ସା ପାଇଁ ନୟାନ୍ତ ହୋଇଥିଲେ। ଶେଷରେ ଗୁମା ପଂଚାୟତ ସଭାପତି ସୁରେନ୍ଦ୍ର ପରସେଠଙ୍କ ଜରିଆରେ ତୁମୁଡିବନ୍ଧ ବ୍ଲକ୍ ବିଜେଡ଼ି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ଜଣାଇଥିଲେ। ସାଙ୍ଗେ ସାଙ୍ଗେ ଶ୍ରୀ ସାହୁ ବିଧାୟକ ଚକ୍ରମଣୀ କଂହରଙ୍କୁ ଅବଗତ କରାଇ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିଥିଲେ। ଏବେ ଗୁମା ଅଞ୍ଚଳବାସି ଶ୍ରୀ ସାହୁ, ବାଲିଗୁଡା ବିଧାୟକ ଏବଂ ବାଲିଗୁଡା ବିଜେଡି ସଂଯୋଜକ ଟୁନା ଦାଶଙ୍କୁ ସାଧୁବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.