ଆଖି ବୁଜିଲେ ରାକ୍ସୀର ଶତାୟୁ ବୃଦ୍ଧ ପରମାନନ୍ଦ କୁମାର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତର ରାକ୍ସୀ ଗ୍ରାମର ଧର୍ମ ପରାୟଣ ଶତାୟୁ ବୃଦ୍ଧ ପରମାନନ୍ଦ କୁମାର (୧୦୯) ବାର୍ଦ୍ଧକ୍ୟ ଜନିତ କାରଣରୁ ଆଜି ବୁଧବାର ସକାଳ ୮ ଘଣ୍ଟା ସମୟରେ ଇହଧାମ ତ୍ୟାଗ କରିଛନ୍ତି । ସେ ତାଙ୍କର ଅନ୍ତିମ ସମୟ ପର୍ଯ୍ୟନ୍ତ ଠିକ ଭାବରେ ଦେଖି ପାରୁଥିଲେ, ଶୁଣି ପାରୁଥିଲେ ଏବଂ ସୁନ୍ଦର ଭାବରେ କଥା କହି ପାରୁଥିଲେ । ଚାଲିବା ପାଇଁ ଅକ୍ଷମ ଥିଲେ । କେହି ଜଣେ ହାତ ଧରିଦେଲେ ଚାଲି ମଧ୍ୟ ପାରୁଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଅର୍ଜୁନ କୁମାର, ତ୍ରୀଲୋଚନ କୁମାର, ତାଙ୍କର ବୋହୁ ମାନେ, ନାତି ନାତୁଣୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଗାଁ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ଜଣାପଡିଛି। ଶତାୟୁ ବୃଦ୍ଧଙ୍କ ନିଧନରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ଭାନପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ନରହରି ଭୋଇ. ରାକ୍ସୀର ଯୁବ ନେତୃତ୍ୱ ଛନ୍ଦାଚରଣ ବାଗ, ବିଜୟ ସାହୁ, ଗ୍ରାମବାସୀ ମନୋହର ବିଶ୍ୱାଳ, ନିମାଇଁ ଚରଣ ପଧାନ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.