ସୁସାହିତ୍ୟିକ ଡକ୍ଟର ବଂଶୀଧର ଚୌଧୁରୀଙ୍କ ବିୟୋଗରେ ଫକୀରମୋହନ ସାହିତ୍ୟ ପରିଷଦ ପାଳନ କଲା ଶୋକସଭା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଡକ୍ଟର ବଂଶୀଧର ଚୌଧୁରୀ ଏକାଧାରରେ ଫକୀର ମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ଯୁଗ୍ମ ସମ୍ପାଦକ, ସମ୍ପାଦକ, ମେଳାପୀ ଅଧ୍ୟାପକ, କବି, ପ୍ରାବନ୍ଧିକ,ଗବେଷକ, ଦୃଢ଼ ସଂଗଠକ ଭଦ୍ର, ମାର୍ଜିତ ସଚ୍ଚୋଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଗତ ଡିସେମ୍ବର ୯ ତାରିଖ ଭୋର୍ ପ୍ରାୟ ୪ଟା ୨୦ ମିନିଟ ସମୟରେ ତାଙ୍କର ପରଲୋକ ହୋଇଯାଇଛି। ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଓ ସମ୍ପାଦକ ଡକ୍ଟର ରତ୍ନାକର ସିଂହଙ୍କ ମିଳିତ ସଂଚାଳନାରେ ଅନୁଷ୍ଠିତ ହୋଇଯାଇଛି ଏକ ଶୋକସଭା। ଏଥିରେ ଡକ୍ଟର ବଂଶୀଧର ଚୌଧୁରୀଙ୍କୁ ଭଲ ପାଉଥିବା ମର୍ମାହତ ବନ୍ଧୁ ପରିଜନ, ବୁଦ୍ଧିଜୀବୀ, ସାହିତ୍ୟିକମାନେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଅଶ୍ରୁଳ ସ୍ମୃତି ତର୍ପଣ କରିଥିଲେ।ବରିଷ୍ଠତା ଭିତ୍ତିରେ ଶୋକ ସଭାରେ ପ୍ରଥମେ ପଦ୍ମଲୋଚନ ଦତ୍ତ ଶୋକ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଜଣେ ଭଲ ମଣିଷକୁ ଆମେ ହରେଇଲୁ ବୋଲି ମତବ୍ୟକ୍ତ କରିଥିଲେ।ଏହାପରେ ଅନସୂୟା ନାୟକ ତାଙ୍କର ବିୟୋଗରେ ଭଲ ସାହିତ୍ୟିକଙ୍କୁ ଫକୀରମୋହନ ମାଟି ହରାଇଲା ବୋଲି ଶୋକବ୍ୟକ୍ତ କରିଥିଲେ। ଡକ୍ଟର କ୍ଷିତିଶ୍ୱର ଦାଶ ତାଙ୍କର ଶୋକବାର୍ତ୍ତାରେ ସେ ଜଣେ ଦୃଢମନା, ଗୁଣଗ୍ରାହୀ, ସଫଳ ଅଧ୍ୟାପକ ଓ ଅଧ୍ୟକ୍ଷ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ।ଉପ ସଭାପତି ଦୀନବନ୍ଧୁ ଲେଙ୍କା ଦିବଙ୍ଗତ ଚୌଧୁରୀଙ୍କୁ ବିନୟୀ, ନମ୍ର ଓ ସ୍ପଷ୍ଟବାଦୀ ରୂପେ ଅଭିହିତ କରିଥିଲେ। ଅନ୍ୟତମ ବରିଷ୍ଠ ସଦସ୍ୟ ଅଶ୍ୱିନୀ ଶତପଥୀ ଯାହାଙ୍କୁ ଗୋଡି ମାଟି ଝୁରେ ସେ ମରି ମଧ୍ୟ ଅମର ରହେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାକ୍ତନ ସଭାପତି ଡକ୍ଟର ହରିଶ୍ଚନ୍ଦ୍ର ବେହେରା ତାଙ୍କରି ସଭାପତିତ୍ୱ କାଳରେ ଡକ୍ଟର ଚୌଧୁରୀ ସମ୍ପାଦକ ଥିଲେ। ପୂର୍ବରୁ ସେ ମଧ୍ୟ ଯୁଗ୍ମ ସମ୍ପାଦକ ରହିଥିଲେ।ତାଙ୍କର ଏଭଳି ଅବେଳରେ ବିଦାୟ ତାଙ୍କୁ ବେଶ୍ ମର୍ମାହତ କରିଛି ବୋଲି ମତପ୍ରକାଶ କରିଥିଲେ। ଡକ୍ଟର ଶିରୀଶ ଚନ୍ଦ୍ର ଜେନା ତାଙ୍କ ମାଧୁର୍ଯ୍ୟ ବ୍ୟକ୍ତିତ୍ୱରେ ସେ ବେଶ୍ ପ୍ରଭାବିତ ହୋଇଥିଲେ ବୋଲି ମତ ଦେଇଥିଲେ। ତାଙ୍କର ପାଠପଢ଼ା ବନ୍ଧୁ ଗାଳ୍ପିକ ଉଦୟ ନାରାୟଣ ଦାସ ସେ ଲେଖାଲେଖିରେ ପ୍ରେରଣା ବଂଶୀ ଠୁ ପାଇଥିଲେ ଏବଂ ତାଙ୍କର ଏହି ବନ୍ଧୁ ପ୍ରେରଣାଦାତା ବଂଶୀଧର ଚୌଧୁରୀଙ୍କୁ ତାଙ୍କର ଶତାବ୍ଦୀ ପୁରୁଷ ବହିରେ ରବୀନ୍ଦ୍ର ମୋହନ ଦାସଙ୍କ ସହିତ ତୁଳନା କରାଯାଇଥିବା ଆଧ୍ୟାୟକୁ ପାଠ କରି କାନ୍ଦ କାନ୍ଦ ହୋଇଯାଇଥିଲେ।ଅନ୍ୟତମ ଘନିଷ୍ଠ ବନ୍ଧୁ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଶୋକସଭାରେ ଅଂଶ ଗ୍ରହଣ କରି କହିଲେ ଯେ “ମୁଁ କାହାର ଶୋକସଭାରେ ମୋ ଆଖିରୁ ଲୁହ ଗଡେ ନାହିଁ, ଅଥଚ ଆଜି ମୋ ଆଖିର ଲୁହ ମୋର ବୋଲ ମାନୁନାହିଁ।ସତେ ଯେପରି ମୋ ଆଖିର ଲୁହରେ ତାଙ୍କର କବିତାକୁ ଧୋଉଛନ୍ତି ବାରମ୍ବାର। ମୋ ଚାରିପାଖରେ ବୁଲୁଥିବା ମଣିଷଟେ ଚାଲିଯିବା ବିଶ୍ୱାସ କରିପାରୁ ନାହିଁ, ବୋଲି ଭାବ ବିହ୍ବଳ ହୋଇ କହିଥିଲେ। ଏହି ଶୋକ ସଭାରେ ଉପ ସଭାପତି ଅଞ୍ଜଳି ପଣ୍ଡା, ବନ୍ଧୁ ଶଚୀନ୍ଦ୍ର କର, ବନ୍ଧୁ ଶ୍ୟାମ ବାବୁ, କାଳିକିଙ୍କର ଦାସ, ସ୍ମୃତିଲେଖା ଦେ, ଦୀପ୍ତିରେଖା ଦାସ, ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ, ଯୁଗ୍ମ ସମ୍ପାଦକ ରାଜେଶ ଗିରି, ପ୍ରାକ୍ତନ ଯୁଗ୍ମ ସମ୍ପାଦକ ଚନ୍ଦ୍ରାଂଶୁ ବାନାର୍ଜୀ, ଆଇନଜୀବୀ ଦୀପକ ଦାସ, କରୁଣାକର ସୋ, ବିଦ୍ୟାଧର ଦାସଙ୍କ ସମେତ ଆହୁରି ଅନେକ ବୁଦ୍ଧିଜୀବୀ ସାହିତ୍ୟିକ ଓ ବଂଶୀଧର ପ୍ରେମୀ ସ୍ମୃତି ଅର୍ଘ୍ୟ ପ୍ରଦାନ ସଙ୍ଗେ ସଙ୍ଗେ ସେ ଯେଉଁଠି ଥାଆନ୍ତୁ ସୁଖ ଶାନ୍ତିରେ ଥାଆନ୍ତୁ ବୋଲି ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.