ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ଉନ୍ମୋଚିତ

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ମୁଁ ଆଲୋଚନା କରିଛି; କଳା, ସାହିତ୍ୟ ଏବଂ ସଂସ୍କୃତିର ଉନ୍ନତି ପାଇଁ ମୁଁ କାର୍ଯ୍ୟ କରିବି -ମାଳବିକା ଦେବୀ, କଳାହାଣ୍ଡି ଲୋକସଭା ସାଂସଦ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଲେଖକ କଳା ପରିଷଦ ସାମ୍ନାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାରପ୍ରାପ୍ତ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି। କଳାହାଣ୍ଡି କଳାକାର ସଂଘ ଦ୍ଵାରା ଆୟୋଜିତ ଏହି ପର୍ବରେ ମାନ୍ୟବର ସାଂସଦ କଳାହାଣ୍ଡି  ମାଳବିକା ଦେବୀ, ବିଜେପି ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ରଥଙ୍କ ନାଟକ କ୍ଷେତ୍ରରେ ଅଦମନୀୟ ପ୍ରତିଭା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା। କେବଳ କଳାହାଣ୍ଡି ନାଟ୍ୟ ଜଗତର ନୁହନ୍ତି ବରଂ ସମଗ୍ର ଜାତୀୟ ସ୍ତରରେ ଜଣେ ନାଟ୍ୟକାର ଏଥିରେ ଦ୍ୱିମତ ନାହିଁ। ଜଣେ ସଫଳ ମଞ୍ଚର ଦାୟାଦ ଭାବରେ ତାଙ୍କ ଲେଖନୀରୁ ଅନେକ ନାଟକ ଓଡିଶାର ବିଭିନ୍ନ ସ୍ଥାନରେ ପରିବେଷିତ ହୋଇ ଦର୍ଶକାଦୃତି ହୋଇଛି। ତାଙ୍କ ରଚିତ ରାଜ ମାଳା, ସିନ୍ଦୂର ଟୋପା, ସଙ୍ଘର୍ଷ, ଇଣ୍ଟରଭ୍ୟୁ, ଧରମ ପୁଅ, ଆଜି ଓ କାଲି, ସ୍ଵର୍ଣ୍ଣଚମ୍ପା, ଦିପଟ ଚୁଡ଼ି, କାହାର ଛାଇ, ଶୂନ୍ୟ ଆକାଶ ଅମର ଆଖି, ଶରଶଯ୍ଯା, ଚାରିଛକ, ମୁଁ ବାହାହେବି, ରାତି କୁକୁର, ଦେବଯାନୀ, ଶବ ପଡିଛି, ସ୍ଵର୍ଣ୍ଣ ମୟୂରୀ, ଛେଳିରୁ ମନ୍ତ୍ରୀ, ସ୍ଵର୍ଗକୁ ଯାଅ ହେ ପାପୀ ମାନେ, ଏ ଯୁଗର ପି.ଡବ୍ଲ୍ୟୁ.ଡି, ଯାହା କହିବି, ସାତ ତାଳ ପାଣି, ଚକା ନୟନ, ଫେରାର୍ ଆସାମୀ, ଆଉ ସେଦିନ ନାହିଁ, ସ୍ଵର୍ଗରେ ଆତଙ୍କ କାହିଁକି?, ଆମେ ବି ବଞ୍ଚିବୁ, ସହରରେ ଅଜଗର, ସକାଳ ସୂରୁଜ, ଆକାଶର କାଳିଦାସ, ଅନେକ ବିଦଗ୍ଧ ପତଙ୍ଗ, ଆହତ କାଚଘର, ସେ କଥା କହେ ଉଲ୍ଲାଦାନୀ ଆଦି ଅନେକ ନାଟକ ତଥା ତାଙ୍କ ପଳାତକ ଓ ସମର୍ପଣ ଚଳଚ୍ଚିତ୍ର ସମଗ୍ର ଓଡ଼ିଶାର ଚଳଚ୍ଚିତ୍ର ଜଗତ ପାଇଁ ଏକ ମାଇଲଖୁଣ୍ଟ। ସେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ୧୯୯୬-୯୭ ବର୍ଷ ପାଇଁ ମର୍ଯ୍ୟାଦାଜନକ “କବିସମ୍ରାଟ ଉପେନ୍ଦ୍ର ଭଞ୍ଜ” ସମ୍ମାନରେ ସମ୍ମାନିତ। ତାଙ୍କ ରଚିତ ପ୍ରତିଟି ନାଟକ କଳାହାଣ୍ଡି ତଥା ଓଡିଶା ନାଟ୍ୟ ଆନ୍ଦୋଳନକୁ ପ୍ରଗତିଶୀଳ କରିଛି ବୋଲି ଅତିଥିଗଣ ବକ୍ତବ୍ୟ ବାଢିଥିଲେ। ସାଂସଦ ମାଳବିକା ଦେବୀ ତାଙ୍କ ବକ୍ତବ୍ୟରେ କଳା, ସାହିତ୍ୟ ଏବଂ ସଂସ୍କୃତିର ଉନ୍ନତି ପାଇଁ ଯଥା ସମ୍ଭବ ମୁଁ କାର୍ଯ୍ୟ କରିବି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ମୁଁ ଆଲୋଚନା କରିଛି, ମୋତେ ପ୍ରସ୍ତାବ ଦିଅନ୍ତୁ, ଆମେ ତାହାର ଉନ୍ନତି ପାଇଁ କାର୍ଯ୍ୟ କରିବା ବୋଲି କହିଥିଲେ। ନାଟ୍ୟକାର ପରମେଶ୍ଵର ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରକାଶ ଥାଉ କି, ଏଥି ପୂର୍ବରୁ ସେହି ସ୍ଥାନରେ ୮ ଅଗଷ୍ଟ ୨୦୦୭ ମସିହାରେ ନାଟ୍ୟରଶ୍ମିଙ୍କର ପ୍ରତିମୂର୍ତ୍ତୀ ସ୍ଥାପିତ ହୋଇଥିଲା। ପୁନର୍ବାର ଆଜି ଏକ ଭବ୍ୟ ମଣ୍ଡପରେ ନାଟ୍ୟରଶ୍ମି ସ୍ଵର୍ଗତ ପ୍ରଫୁଲ୍ଲ ରଥଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା କରାଯାଇ ଶତାଧିକ ନାଟ୍ୟପ୍ରେମୀଙ୍କ ଗହଣରେ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳାକାର ସଂଘ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସ୍ମାରକୀ ସଭାପତି ତଥା ନାଟ୍ୟରଶ୍ମିଙ୍କ ସୁପୁତ୍ର ପ୍ରବୋଧ ରଥ, ପ୍ରଶାନ୍ତ ରଥ ଏବଂ ପ୍ରମୋଦ ରଥ, କଳାହାଣ୍ଡି କଳାକାର ସଂଘ ସଭାପତି ପଦ୍ମନାଭ କୁମ୍ଭାର, ସମ୍ପାଦକ ଶେଷଦେବ ମିଶ୍ର, ପ୍ରଭାସ ଚନ୍ଦ୍ର ମିଶ୍ର ତଥା କଳାହାଣ୍ଡିର ସମସ୍ତ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.