ଶିକ୍ଷା ବିଭାଗ କର୍ମଚାରୀ ବଦଳି ପ୍ରସଙ୍ଗ: ଦୀର୍ଘ ବର୍ଷ ଧରି ଗୋଟିଏ ଅଫିସରେ ଆସ୍ଥାନ ଜମେଇ ବସିଛନ୍ତି ବାବୁମାନେ : ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ପରିଷଦ ବୈଠକରେ ପ୍ରଶ୍ନ କଲେ ଗୋଲାମୁଣ୍ଡା ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଜିଲ୍ଲା ପରିଷଦ ବୈଠକ ରେ ଶିକ୍ଷା ବିଭାଗରେ କାର୍ଯ୍ୟରତ ପୁରୁଣା କର୍ମଚାରୀ ମାନଙ୍କ ବଦଳୀ ପ୍ରସଙ୍ଗକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ। ଗୋଟିଏ ଷ୍ଟେସନ ରେ ଦୀର୍ଘ ୭/୮ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟକାଳ ହୋଇ ସାରିଥିଲେ ମଧ୍ୟ କାହିଁକି ଷ୍ଟେସନ ଛାଡ଼ିବାକୁ ନାରାଜ ଏମାନେ। ବିଶେଷ କରି ଅମଲାତନ୍ତ୍ର କ୍ଷେତ୍ରରେ କାର୍ଯ୍ୟରତ ଏହି ପୁରୁଣା କର୍ମଚାରୀ ମାନେ କାହା ଛତ୍ରଛାୟା ତଳେ ସୁରକ୍ଷିତ ରହୁଛନ୍ତି ବୋଲି ଶ୍ରୀ ମହାନନ୍ଦ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରଶ୍ନ କରିଥିଲେ ବିଭାଗୀୟ ଅଧିକାରୀଙ୍କୁ। ଆଉ ରୋଚକ ମୋଡରେ ପ୍ରଶ୍ନ ଉତ୍ତର ଚାଲିଥିବା ଏହି ଭିଡିଓ ଟି ବେଶ ଭାଇରାଲ ମଧ୍ୟ ହେଉଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଜିଲ୍ଲା ଶିକ୍ଷା ବିଭାଗରେ ବହୁ କର୍ମଚାରୀ ବର୍ଷ ବର୍ଷ ଧରି ଗୋଟିଏ ଆସନରେ ଆସ୍ଥାନ ଜମାଇଛନ୍ତି। ଜିଲା କିମ୍ବା ବ୍ଲକ୍ ଶିକ୍ଷା ଅଧିକାରୀ ବଦଳି ହେଲେ ମଧ୍ୟ କିରାଣି ଙ୍କ ବଦଳି ଫାଇଲରେ କେହି ହାତ ମାରି ପାରନ୍ତି ନାହାନ୍ତି। ଏଣୁ ଗୋଟିଏ ଆସନରେ ବାବୁ ମାନେ ଆରାମରେ ଅଛନ୍ତି। ଏଭଳି କର୍ମଚାରୀଙ୍କୁ ତୁରନ୍ତ ହଟାଇବାକୁ ରାଜ୍ୟ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶାଳୟ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ।ଜିଲା ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଧିକ ଦିନ କାର୍ଯ୍ୟ କରିଥିବା ଅମଲା ମାନଙ୍କୁ ତୁରନ୍ତ ବଦଳି କରିବାକୁ ରାଜ୍ୟ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଅତିରିକ୍ତ ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୨୨୦୬୯/ ୨୦-୮ ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି ହେଇଛି। ସାଧାରଣ ପ୍ରଶାସନ ବିଭାଗର ୧୯୯୨ ଜୁଲାଇ ୧ ନିର୍ଦ୍ଦେଶନାମା ଅନୁଯାୟୀ ଅମଲା ମାନେ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ବା ଆସନରେ ୩ ବର୍ଷରୁ ଅଧିକ ସମୟ ଦାୟିତ୍ବରେ ରହି ପାରିବେ ନାହିଁ। ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବହୁ କର୍ମଚାରୀ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୁଆଡ଼େ ଅଭିଯୋଗ ହୋଇଛି। ଏଣୁ ଯେଉଁ କର୍ମଚାରୀ ସମାନ ଅଫିସ ବା ସମାନ ଆସନରେ ୩ ବର୍ଷରୁ ଅଧିକ ସମୟ ରହିଲେଣି ସେମାନଙ୍କୁ ତୁରନ୍ତ ଅନ୍ୟ ସ୍ଥାନକୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଅନ୍ତତଃ ବହୁ ବର୍ଷ ଧରି କାର୍ଯ୍ୟ କରିଥିବା ୫୦ ପ୍ରତିଶତ କର୍ମଚାରୀଙ୍କୁ ବଦଳି କରାଯିବା ଓ ଆସନ୍ତା ବର୍ଷ ୩ ବର୍ଷ ବା ଅଧିକ ସମୟ ଧରି କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ବଦଳି କରାଯିବାକୁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି।ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା ଶିକ୍ଷା ଅଫିସରେ କେତେକ କର୍ମଚାରୀ ପ୍ରାୟ ୭ ବର୍ଷରୁ ଅଧୂକ ସମୟ ଧରି ଆସ୍ଥାନ ଜମାଇଛନ୍ତି। ପୁରୁଣା ଅଧିକାରୀ କୁଆଡ଼େ ନୂଆ ଜିଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ଦାୟିତ୍ବ ହସ୍ତାନ୍ତର ସହିତ ନିଜ ବିଶ୍ୱସ୍ତ କର୍ମଚାରୀଙ୍କ ଭବିଷ୍ୟତ ଦାୟିତ୍ବ ମଧ୍ଯ ଦେଇଛନ୍ତି। ଏଣୁ ନୂଆ ଜିଲା ଶିକ୍ଷା ଅଧିକାରୀ ବି ସମ୍ପୃକ୍ତ କର୍ମଚାରୀଙ୍କ ବଦଳି କରିପାରୁ ନାହାନ୍ତି। ଠିକ୍ ସେହିଭଳି ସଦର, ଜୁନାଗଡ଼, ଧର୍ମଗଡ଼, କେସିଙ୍ଗା, ଜୟପାଟଣା, କୋକସରା ଭଳି କେତେକ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବାବୁ ମାନଙ୍କ ଚାକିରି ୫ ବର୍ଷ ପୂରି ସାରିଲାଣି। ତଥାପି ପୂର୍ବତନଙ୍କ ଅଭୟ ବାଣୀ ଯୋଗୁଁ ନୂତନ ଅଧିକାରୀ ବଦଳି କରୁ ନାହାନ୍ତି। ଏପରିକି ଜିଲାର ବିଧାୟକ ମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ହେଲେ ଏବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ଓ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକୁ ଜିଲା ଶିକ୍ଷା ଅଧିକାରୀ କେତେ ପ୍ରତିଶତ କାର୍ଯ୍ୟକାରୀ କରୁଛନ୍ତି ତାକୁ ନେଇ ଶିକ୍ଷକ ମହଲରେ ପ୍ରଶ୍ନ ଉଠିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.