ସେଁପୁର ଧନୁଯାତ୍ରା ମହୋତ୍ସବର ଦ୍ଵିତୀୟ ରଜନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୧୩ତମ ସେଁପୁର ଧନୁଯାତ୍ରା ମହୋତ୍ସବ ୨୦୨୫ ମହାସମାରୋହରେ ଆୟୋଜିତ ହୋଇଛି । ଦ୍ଵିତୀୟ ରଜନୀରେ ଅତିଥି ଭାବେ ପୂର୍ବତନ ସଦର ବିଧାୟକ ଅନାମ ନାଏକ, ସମାଜସେବୀ ନରେଶ ସାହୁ, ତରଣୀସେନ ଯାନୀ, ଲିଙ୍ଗରାଜ ଯୁଆଡଙ୍କ ସମେତ ସଭାପତି ମାନଗୋବିନ୍ଦ ମାଝୀ, ଉପ ସଭାପତି ସୁକାନ୍ତ ମାଝୀ,ଭାଗ୍ୟବାନ ସାହୁ, କିଶୋର ସାହୁ,ଜିତେନ୍ ବାଗ, ମୁଖ୍ୟ ଉପଦେଷ୍ଟା ରାଜେଶ ପ୍ରସାଦ ସାହୁ, ସୁଧାଂଶୁ ଶେଖର ସାହୁ, ବାଳ କ୍ରିଷ୍ଣା ପାରି, ପଙ୍କଜ ବାଗ, ଫଟୁଲାଲ ବାଗ, ବାଞ୍ଛାନିଧି ମିଶ୍ର, ଖୁସିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ଵିତୀୟ ଦିବସରେ ଦେବକୀ ବିବାହ, କଂସଙ୍କ ରାଜ୍ୟାଭିଷେକ ଓ ଦେବକୀ ବାସୁଦେବଙ୍କ କାରାଗାର ପ୍ରେରଣ ମଞ୍ଚସ୍ଥ ହୋଇଥିଲା। ଜନାର୍ଦ୍ଦନ ବାଗ ମଞ୍ଚ ପରିଚାଳନା କରିଥିଲେ। ମହାରାଜ କଂସ ଭୂମିକାରେ ଝସକେତନ ପ୍ରଧାନଙ୍କ ଅଭିନୟ ସାଙ୍ଗକୁ ମିନବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ଶ୍ରଦ୍ଧାଭାଜନ ହୋଇଛି। ୟୁଥ ମାସ କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.