ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡଳ ପ୍ରଭାରି ନାମ ଘୋଷଣା କରାଯାଇଛି। ସେଥି ମଧ୍ୟରୁ କଲମପୁର ପ୍ରଭାରି ଭାବେ ଲକ୍ଷ୍ମୀ ବାଗ ଓ ବିଜମରା ମଣ୍ଡଳ ପ୍ରଭାରି ଭାବେ ମନିନ୍ଦ୍ର ପାତ୍ରଙ୍କୁ ଚୟନ କରାଯାଇଛି। ସେହିଭଳି କଲମପୁର ବ୍ଳକ ଅଧ୍ଯକ୍ଷାଙ୍କ ସ୍ବାମୀ ଘନଶ୍ୟାମ ନାଏକଙ୍କୁ ଥୁଆମୂଳ ରାମପୁର ପ୍ରଭାରି ଭାବେ ମନୋନୀତ କରାଯାଇଛି। ବିଜେପି ପ୍ରଥମ ଥର ପାଇଁ କଲମପୁର ବ୍ଲକ ଅକ୍ତିଆର କରି ଦଖଳ କରିବାରେ ଘନଶ୍ୟାମ ନାଏକଙ୍କ ପ୍ରମୁଖ ଭୁମିକା ରହିଥିବାବେଳେ ତାଙ୍କ ସହ ଧର୍ମିଣୀ ଜ୍ୟୋତି ନାଏକ ବର୍ତ୍ତମାନ ବିଜେପି ସମର୍ଥୀତ ବ୍ଲକ ଅଧ୍ୟକ୍ଷା ଭାବେ ଅବସ୍ଥାପିତ ଅଛନ୍ତି। ଶ୍ରୀ ନାଏକ ବିଜେପିରେ ଯୋଗଦେବା ପରେ ଅଞ୍ଚଳର ପ୍ରାୟ ଅନେକ କର୍ମୀ ବିଜେପି ମୁହାଁ ହୋଇଛନ୍ତି। ଫଳରେ କଲମପୁର ଅଞ୍ଚଳରେ ବିଜେପିର ଦବଦବା ବୃଦ୍ଧି ପାଇଥିବାବେଳେ ଥୁଆମୂଳ ରାମପୁର ଅଞ୍ଚଳରେ ମଧ୍ୟ ଏଭଳି ଜନ ସମର୍ଥନ ବୃଦ୍ଧି ଘଟିବ ବୋଲି କୁହାଯାଉଛି। ଶ୍ରୀ ନାଏକଙ୍କୁ ପ୍ରଭାରି ଦାୟିତ୍ଵ ଦେବା ପରେ ଖୁସି ବ୍ୟକ୍ତି କରି ମୋତେ ଯେଉଁ ଦାୟିତ୍ବ ଦିଆ ଯାଇଛି ସେ ଉପରେ ଧ୍ୟାନ ଦେବା ସହ ଜନସାଧାରଣ କାର୍ଯ୍ୟ କରିବା ପ୍ରକାଶ କରିଛନ୍ତି।





