ବିଶ୍ବନାଥପୁରରେ ଆମ୍ବେଦକର ଭବନ ଉଦଘାଟନ କଲେ ରାଜ୍ୟସଭା ସାଂସଦ ସୁଜିତ କୁମାର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ନବନିର୍ମିତ ଆମ୍ବେଦକର ଭବନକୁ ଆଜି ଉଦଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର। ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମିତ ଏହି ନବନିର୍ମିତ ଗୃହକୁ ଆଜି ସାଂସଦ ଶ୍ରୀ କୁମାର ଉଦଘାଟନ କରିଥିଲେ। ସାଂସଦଙ୍କ ସହିତ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକଙ୍କ ସହିତ ବିଡିଓ ଶଶାଙ୍କ ପାତ୍ର, କନିଷ୍ଠ ଯନ୍ତ୍ରୀ ସ୍ମିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ଉପଦେଷ୍ଟା ମନୋହର ହରପାଲ, ବ୍ଲକ ଶାଖା ସଭାପତି ଜଗଦୀଶ ବେନିଆ, କାର୍ଯ୍ୟକାରୀ ସଭାପତି ହରିହର କୁମାର, ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦଙ୍କ ସହିତ କିଶୋର ହରପାଲ, ମନୋରଞ୍ଜନ ବିଶି, ତରୁଣ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.