ଓଡ଼ିଶା ନଦୀ ଉପରେ ଆନ୍ଧ୍ରର ଆଖି : ନାଗାବଳି ଓ ଝଞ୍ଜାବତୀରେ ଆନ୍ଧ୍ରର ପ୍ରକଳ୍ପ ନିର୍ମାଣ ଯୋଜନା; ସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ସମାଜବାଦୀ ପାର୍ଟି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ପୋଲାଭରମ ଓ ବଂଶଧାରା ବହୁ ପ୍ରତିକ୍ଷିତ ଆନ୍ତ ରାଜ୍ୟ ଜଳ ବିବାଦ ଅମୀମାଂଶିତ ଥିବା ବେଳେ ପୁଣି ଆନ୍ଧ୍ର ଓଡିଶାର ଅନ୍ୟ ନଦୀରେ ଯୋଜନା ଆରମ୍ଭ କରି ରାଜ୍ୟ ପାଇଁ ଏକ ନୂଆ ବିବାଦ ଆଣିବାକୁ ଯାଉଛି। ଏହା ଓଡିଶା ସ୍ୱାର୍ଥ ବିରୋଧି ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ହସ୍ତ କ୍ଷେପ କରି ଆନ୍ଧ୍ର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ଦାବି କରିଛି। ଏକ ପ୍ରେସ ବିବୃତି ଜରିଆରେ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଛନ୍ତିଯେ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ପୂର୍ବୋଦୟ ଯୋଜନାରେ ଓଡ଼ିଶାର ଦୁଇ ପ୍ରମୁଖ ନଦୀକୁ ସାମିଲ କରି କେନ୍ଦ୍ର ପାଣ୍ଠି ହାତେଇବାକୁ ଆନ୍ଧ୍ର ଯୋଜନା କରିଛି। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଉନ୍ନତି ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ପୂର୍ବୋଦୟ ଯୋଜନା ଅଧୀନରେ ଜଳସେଚନ ଏବଂ ଶିଳ୍ପ ଭିତ୍ତିଭୂମି ବିକାଶ ନାଁରେ ଏହି ଯୋଜନାର ଫାଇଦା ନେବାକୁ ନାଗାବଳୀ ଓ ଝଞ୍ଜାବତୀରେ ଏକାଧିକ ପ୍ରକଳ୍ପ ନିର୍ମାଣ ପାଇଁ ୪୦ ହଜାର କୋଟି ଆର୍ଥିକ ସହାୟତା ଯୋଗାଇବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ। ଓଡ଼ିଶା ସୀମାରେ ପ୍ରବାହିତ ନଦୀରୁ ଜଳ ସଂଗ୍ରହ କରି ନିଜ ଅଞ୍ଚଳରେ ଜଳ ସୁପରିଚାଳନା ତଥା ମାନ୍ୟମ, ବିଜୟନଗରମ୍ ଓ ଶ୍ରୀକାକୁଲମ ଜିଲାରେ ଜଳ ସଂରକ୍ଷଣ ପାଇଁ ଆନ୍ଧ୍ର ଦୀର୍ଘ ମିଆଦୀ ଯୋଜନା କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି ଆନ୍ଧ୍ର। ପୂର୍ବୋଦୟ ଯୋଜନାରେ ପ୍ରଥମେ ନାଗାବଳୀ ନଦୀ ଉପରେ ତୋଟାପଲି ଜଳଭଣ୍ଡାର ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ପାଇଁ ୧୧୮୭ କୋଟି ଟଙ୍କା ବ୍ୟୟବରାଦରେ ୧୧୬୨୭ ଏକର ଜମିକୁ ଜଳସେଚନ ବ୍ୟବସ୍ଥା ସୁବିଧା କରାଇବା, ଏହି ନଦୀର ଆଉ ଏକ ଶାଖା ମାଦୁଲାସା ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ପାଇଁ ୩୦.୦୪ କୋଟି ଟଙ୍କା, ତୋଟାପାଲି ଡ୍ୟାମ ସହିତ ଝଞ୍ଜାବତୀ ପ୍ରକଳ୍ପ ଏବଂ ଚମ୍ପାବତୀ ସହିତ ନାଗାବଳୀ ନଦୀ ସଂଯୋଗୀକରଣ, ମୁଦୁଲାସା ଏବଂ ତାରକରାମା ସାଗର ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ କରିବାକୁ ଆନ୍ଧ୍ର ପ୍ରୟାସ ଆରମ୍ଭ କରିଦେଇଛି। ଏହାସହ ଚମ୍ପାବତୀ ଓ ନାଗାବଳୀ ନଦୀ ସଂଯୋଗୀକରଣ ପାଇଁ ୨୧.୫୩ କୋଟି, ତାରକରାମା ପାଇଁ ୮୦୮.୩୭ କୋଟି ଏବଂ ଝଞ୍ଜାବତୀ ନଦୀରେ ରବର ଡ୍ୟାମ ପ୍ରକଳ୍ପ ନିର୍ମାଣ ପାଇଁ ଆଉ ୫୯ କୋଟି ଟଙ୍କା ବିନିଯୋଗ କରିବାକୁ ଆନ୍ଧ୍ର ଯୋଜନା କରିଛି। ଗଜପତି ନଗରମ୍ ଶାଖା କେନାଲ ନିର୍ମାଣ ପାଇଁ ୨୧୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଆନ୍ଧ୍ର ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଆନ୍ଧ୍ର ନିଜ ଅଞ୍ଚଳରେ ୧୧ ଗୋଟି ପ୍ରକଳ୍ପ ନିର୍ମାଣରେ ଅଧିକରୁ ଅଧିକ ଅର୍ଥ ରାଶି ଖର୍ଚ୍ଚ କରି ନିଜ ଅଞ୍ଚଳରେ ଦୀର୍ଘ ମିଆଦୀ ଜଳସେଚନ ସୁବିଧା ଯୋଗାଇଦେବାକୁ ଗୁରୁତ୍ୱ ଦେଉଥିବା ବେଳେ ଓଡିଶା ସରକାରଙ୍କ ଅସମ୍ଭବ ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ଝଞ୍ଜାବତୀ ଓ ନାଗାବଳୀ ରାୟଗଡା ଜିଲାର ଦୁଇ ପ୍ରମୁଖ ନଦୀ ଭାବରେ ଜଳର ଉତ୍ସ। ଗ୍ରୀଷ୍ମ ଋତୁରେ ଏହି ଦୁଇ ନଦୀର ଜଳସ୍ତର ହ୍ରାସ ପାଉଛି। ନାଗାବଳୀ ନଦୀ ଅବବାହିକାରେ ଥ‌ିବା କଲ୍ୟାଣସିଂପୁର ବ୍ଲକରେ ୧୫୯୨ ଏକର ଜମି ଜଳସେଚନ ଅଭାବରୁ ପଡିଆ ପଡୁଥ‌ିବା ବେଳେ ରାୟଗଡ଼ା ବ୍ଲକ୍ରର ୨୩୨୧ ହଜାର ଏକର ଜମିରେ ଜଳସେଚନ ହୋଇ ପାରୁ ନାହିଁ। ଉଭୟ ରାଜ୍ୟରେ ବିଜେପି ସରକାର ଅଛି ତେଣୁ ଓଡିଶା ସରକାର ଓଡିଶାର ସ୍ୱାର୍ଥକୁ ପ୍ରାଥମିକତା ଦେଇ ନଦୀଜଳ ପରିଚାଳନା କ୍ଷେତ୍ର ପ୍ରସ୍ତୁତ କରିବା ସହ ଓଡିଶା ଚାଷୀଙ୍କୁ ଦୀର୍ଘ ମିଆଦି ଜଳସେଚେନ ସୁବିଧା ଯୋଗାଇବାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ସମାଜବାଦୀ ପାର୍ଟି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.