ପ୍ରଗତି ଶିକ୍ଷାନଷ୍ଠାନରେ ପ୍ରଗତି ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ, ଭାଗନେଲେ ୧୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଭବାନୀପାଟଣା ସହରର ପ୍ରଗତି ଶିକ୍ଷାନଷ୍ଠାନରେ ପ୍ରଗତି ପ୍ରତିଭା ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ୧୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତିଭା ପ୍ରତିଯୋଗିତାରେ ସାମିଲ ହୋଇଥିଲେ । ଉକ୍ତ ପ୍ରତିଯୋଗିତାର ଫଳାଫଳକୁ ଆଧାର କରି ପରବର୍ତ୍ତୀ ସମୟରେ ଯୋଗ୍ୟ ବିବେଚିତ ପ୍ରତିଯୋଗୀମାନଙ୍କୁ ପ୍ରଗତି ପ୍ରତିଭା ପୁରସ୍କାରରେ ପୁରସ୍କୃତ କରାଯିବା ସହିତ ଆଗାମୀ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଦୁଇ ବର୍ଷ ପର୍ଯ୍ୟନ୍ତ ବିନା ଶୁଳ୍କରେ ପଢ଼ିବାର ସୁଯୋଗ ଦିଆଯିବ ବୋଲି ଅନୁଷ୍ଠାନର ମୁଖ୍ୟ ଅଜୟ ପଣ୍ଡା ଘୋଷଣା କରିଥିଲେ । ଏହା ସହିତ ଶ୍ରେଷ୍ଠ ୫୦ ଜଣ ମେଧାବୀ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇବା ସଙ୍ଗେ ଉକ୍ତ ଅନୁଷ୍ଠାନରେ ପଢ଼ିବାର ସୁବିଧା ପାଇ ପାରିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଏହି ଅବସରରେ ସମସ୍ତ ଅଭିଭାବକ ଓ ଅଭିଭାବିକାମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ସ୍କୁଲ ସ୍ତରରେ ଅନୁଷ୍ଠିତ ହୋଇଥିବା ଟ୍ୟାଲେଣ୍ଟ ହଣ୍ଟ ପରୀକ୍ଷାର ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିବା ସହିତ ଏହି ପ୍ରତିଭା ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅନୁଷ୍ଠାନର ଅନବରତ ପ୍ରଚେଷ୍ଟା ଓ ସଫଳତାଦ୍ୱାରା ଅଭିଭାବକ ଓ ଅଭିଭାବକ ମହଲରେ ଏକ ସନ୍ତୋଷଜନକ ବାତାବରଣ ସୃଷ୍ଟି କରିପାରିଛି ବୋଲି ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଇଂ ଅଜୟ ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ ପଣ୍ଡା, ଅଧ୍ୟକ୍ଷ ଶେଷଦେଵ ମୁଣ୍ଡ, ଉପାଧ୍ୟକ୍ଷ ଅଶୋକ ସାହୁ, ମୁଖ୍ୟ ଶିକ୍ଷା ସଂଯୋଜକ ଅଞ୍ଜନ ରଣା, କଂସେପ୍ଟ ସ୍କୁଲ ଅଧ୍ୟକ୍ଷ ଚିନ୍ମୟ ଗୁରୁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ପ୍ରଗତି ପ୍ରତିଭା ପରୀକ୍ଷାରେ ବିନୋଦ ବିହାରୀ ପ୍ରଧାନ, ଶଶି ଭୂଷଣ ଦାସ, ସସ୍ମିତା ସାହୁ, ଶୁକଦେବ ସାହୁ, ଗୌତମ ଟୋଲ୍ଟିଆ, ଅମ୍ଳାନ ଅଗସ୍ତି, ନିକିତା ମେହେର, ଶିବାଙ୍ଗୀ ପଣ୍ଡା, ଅଭିଷେକ ମୁଣ୍ଡ, ପ୍ରଫୁଲ୍ଲ ନାଏକ, ଅଭିଷେକ ପଟ୍ଟନାୟକ, ହେମନ୍ତ ବାଗ, ଗିରିଶ ଭୋଇ, ଇଭି ଆନି ଫିଲିପ, ଧବଳେଶ୍ବର ରଣା, ଇକ୍ସିତା ପଟ୍ଟଯୋଶୀ, ନମ୍ରତା ପଟ୍ଟନାୟକ, ପ୍ରିୟଙ୍କା ପ୍ରଧାନ, ବାବୁଲା ମେହେର, ଜିତେନ୍ଦ୍ର ନାଏକ, ଅବନୀ ଦାସ, ଶୁଭେନ୍ଦୁ ସାହୁ, ନିହାର ମହାରଣା, ବିରେନ୍ଦ୍ର ପଟ୍ଟନାୟକ, ଗୁଣସାଗର ସାହୁ, ଚିନ୍ମୟ ବିଶି ପ୍ରମୁଖ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଶାସନିକ ଅଧିକାରୀ ପ୍ରଣବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.