ଜାନୁୟାରୀ ୧୧ ରୁ ଆରମ୍ଭ ହେବ ରୁପ୍ରାରୋଡ କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ର ଅଗ୍ରଣୀ ସଂସ୍ଥା କଳାପାହାଡ଼ କ୍ରିକେଟ ଆସୋସିଏସନ ର ଆୟୋଜନ କ୍ରମେ ଗତ ୪ ବର୍ଷ ହୋଇଗଲା ଅନୁଷ୍ଠିତ ହୋଇ ଆସୁଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହା ଜାନୁଆରୀ ୫ ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ କେତେକ ଅନିର୍ବାର୍ଯ୍ୟ କାରଣ ବଶତଃ ଏହାକୁ ୧୧ ତାରିଖ କୁ ଘୁଞ୍ଚାଇ ଦିଆଯାଇଥିବା କ୍ରିକେଟ ଏସୋସିଏସନ ର ବରିଷ୍ଠ ସଦସ୍ୟ ନୀରଜ ଶର୍ମା(ଶାନୁ)ସୂଚନା ଦେଇଛନ୍ତି।ଏହି କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିବା ନିମନ୍ତେ ଅଞ୍ଚଳ ତଥା ପଡ଼ୋଶୀ ଜିଲ୍ଲାର କ୍ରିକେଟ ଟିମ ଗୁଡ଼ିକ ଚାତକ ପରି ଚାହିଁ ରହିଥାନ୍ତି। ଚଳିତ ସିଜନ ରେ ମଧ୍ୟ ରୁପ୍ରାରୋଡ ର ଅଗ୍ରଣୀ ଅନୁଷ୍ଠାନ କଳାପାହାଡ଼ କ୍ରିକେଟ ଆସୋସିଏସନ ନୂଆ ବର୍ଷ ଜାନୁୟାରୀ ୧୧ ରୁ ଆୟୋଜନ କରୁଛି ରାଜ୍ଯ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା। ଏଥିରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଧୀରେନ୍ଦ୍ର ଖେତାନ, ବରିଷ୍ଠ ସଦସ୍ୟ ନୀରଜ ଶର୍ମା(ସାନୁ), ଚନ୍ଦନ ମହାନ୍ତି, ମାଧବ ମହାଉତି, ରୋହିତ ବନଛୋର, ସଞ୍ଜୟ ଭୋଇ, ସଚିନ କାଲକାଲା, ବେଣୁ, ସୁଦୀପ୍ତ, ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ବଲବସପୁର କ୍ରିକେଟ ଏସୋସିଏସନ ର ୧୫ ଜଣ ସଦସ୍ୟ ଟୁର୍ଣ୍ଣାମେଣ୍ଟ ବ୍ୟବସ୍ଥା ପରିଚାଳନା ନେଇ ଜୋର ସୋର ରେ ଲାଗିପଡ଼ିଥିବା ଜଣାପଡ଼ିଛି। ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ମତାନୁଯାୟୀ ଆସନ୍ତା ଜାନୁୟାରୀ ୧୧ ରୁ ୧୯ ଯାଏଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ରେ ପ୍ରାୟ ୮ ଗୋଟି ଜିଲ୍ଲାର ୧୬ ଗୋଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିବେ। ଶୃଙ୍ଖଳା ଦୃଷ୍ଟିରୁ ଏହି ଟୁର୍ଣ୍ଣାମେଣ୍ଟ ର ସୂପରିଚାଳନା ପାଇଁ ସଭାପତି ଶ୍ରୀ ଅଗ୍ରୱାଲ ସମସ୍ତ ସଦସ୍ୟ ଙ୍କୁ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.