ଜ୍ୟୋତିଷ ବଶିଷ୍ଠ ଉପାଧିରେ ସମ୍ମାନୀତ ହେଲେ ଡ଼ଃ ସୀତାକାନ୍ତ କର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରର ପ୍ରାଚୀନ ଓ ଗଭୀର ପରମ୍ପରାକୁ ନୂତନ ଗବେଷଣାତ୍ମକ ଦୃଷ୍ଟିକୋଣରେ ପ୍ରସ୍ତୁତ କରୁଥିବା ବିଦ୍ୱାନମାନଙ୍କ ମଧ୍ୟରେ ଓଡ଼ିଶାର ନାମକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିଛନ୍ତି ଡ଼ଃ ସୀତାକାନ୍ତ କର। ବୁଦ୍ଧ ବିହାର, ଭୁବନେଶ୍ୱରରେ ଆୟୋଜିତ ମହର୍ଷି ପରାଶର ଜ୍ୟୋତିଷ–ବାସ୍ତୁ ଜାତୀୟ ସମ୍ମିଳନୀ–୨୦୨୬ ଅବସରରେ ତାଙ୍କୁ ଗରିମାମୟ “ଜ୍ୟୋତିଷ ବଶିଷ୍ଠ” ଉପାଧି ପ୍ରଦାନ କରାଯାଇଛି।ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ ଅଧୀନ ସଦାଶିବ ପରିସର, ପୁରୀର ପ୍ରାଚାର୍ଯ୍ୟ ଏବଂ ଜ୍ୟୋତିଷ ଶାସ୍ତ୍ରର ମାନ୍ୟତାପ୍ରାପ୍ତ ବିଦ୍ୱାନ ପ୍ରୋଫେସର ପ୍ରଭାତ ରଞ୍ଜନ ମହାପାତ୍ର ଗରିମାମୟ ଉପସ୍ଥିତି ରଖିଥିଲେ। ତାଙ୍କର କରକମଳରୁ ଡ଼ଃ ସୀତାକାନ୍ତ କରଙ୍କୁ ଏହି “ଜ୍ୟୋତିଷ ବଶିଷ୍ଠ” ଉପାଧି ପ୍ରଦାନ କରାଯାଇଥିବାରୁ ସମ୍ମାନର ମର୍ଯ୍ୟାଦା ଆହୁରି ବୃଦ୍ଧି ପାଇଛି। କଳାହାଣ୍ଡି ଜିଲ୍ଲାର ବୋର୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ଃ ସୀତାକାନ୍ତ କର ସଂସ୍କୃତ ଶାସ୍ତ୍ର, ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ର କ୍ଷେତ୍ରରେ ଜଣେ ଉଚ୍ଚକୋଟୀର ବିଦ୍ୱାନ ଭାବେ ପରିଚିତ। ସେ ଭାସ୍କରାଚାର୍ଯ୍ୟ ଜ୍ୟୋତିଷ ଏବଂ ବାସ୍ତୁ ଗବେଷଣା କେନ୍ଦ୍ରର ସଂସ୍ଥାପକ ଓ ପରିଚାଳକ ଭାବରେ ଦୀର୍ଘ ସମୟ ଧରି ଶାସ୍ତ୍ରସମ୍ମତ ଜ୍ୟୋତିଷ ଜ୍ଞାନର ପ୍ରଚାର–ପ୍ରସାରରେ ନିରତ ରହି ଆସୁଛନ୍ତି। ଶିକ୍ଷାଗତ ଦୃଷ୍ଟିକୋଣରୁ ଡ଼ଃ କର ଜ୍ୟୋତିଷ ବିଷୟରେ ପିଏଚ୍‌ଡି (ପିଏଚଡି) ଉପାଧିଧାରୀ ହେବା ସହିତ ( ଜୁନିୟର ରିସର୍ଚ୍ଚ ଫେଲୋସିପ) ଭଳି ପ୍ରତିଷ୍ଠିତ ଗବେଷଣା ସମ୍ମାନ ଲାଭ କରିଛନ୍ତି। ତାଙ୍କର ଗବେଷଣା କାର୍ଯ୍ୟରେ ମହର୍ଷି ପରାଶର, ଭାସ୍କରାଚାର୍ଯ୍ୟ ଓ ବରାହମିହିରଙ୍କ ଜ୍ୟୋତିଷ ପରମ୍ପରାର ଶାସ୍ତ୍ରସମ୍ମତ ବ୍ୟାଖ୍ୟା ଓ ଆଧୁନିକ ପ୍ରୟୋଗ ସ୍ପଷ୍ଟ ଭାବେ ପ୍ରତିଫଳିତ ହୁଏ। ସମ୍ମିଳନୀରେ ଉପସ୍ଥିତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଦ୍ୱାନ ଓ ଆଚାର୍ଯ୍ୟମାନେ କହିଥିଲେ ଯେ, ଡ଼ଃ ସୀତାକାନ୍ତ କର ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ରକୁ ଲୋକ କଲ୍ୟାଣ ଓ ସମାଜିକ ପ୍ରୟୋଜନ ସହିତ ସମନ୍ୱୟ କରି ପ୍ରସ୍ତୁତ କରିଥିବାରୁ ଏହି “ଜ୍ୟୋତିଷ ବଶିଷ୍ଠ” ଉପାଧି ପାଇଁ ସେ ସର୍ବଥା ଯୋଗ୍ୟ। ଏହି ସମ୍ମାନ କେବଳ ଡ଼ଃ ସୀତାକାନ୍ତ କରଙ୍କ ବ୍ୟକ୍ତିଗତ ସାଧନାର ସ୍ୱୀକୃତି ନୁହେଁ, ବରଂ କଳାହାଣ୍ଡି ଜିଲ୍ଲା ଓ ସମଗ୍ର ଓଡ଼ିଶାର ଶାସ୍ତ୍ରୀୟ ପରମ୍ପରା ପାଇଁ ଏକ ଗର୍ବର ଅଧ୍ୟାୟ ବୋଲି ବିଦ୍ୱତ୍‌ ମହଲରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.